ନୂଆଦିଲ୍ଲୀ: ଏସିଆନ ବକ୍ସିଂ ଚମ୍ପିଆନସିପରେ ଭାରତୀୟ ଦଳର ନେତୃତ୍ବ ନେବେ 6ଥରର ବିଶ୍ବ ଚମ୍ପିଆନ ମେରିକମ । ମେ' ମାସରେ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏସିଆନ ଚମ୍ପିଆନସିପ ଆରମ୍ଭ ହେବ । ଏହାକୁ ନେଇ ଭାରତୀୟ ବକ୍ସିଂ ମହାସଂଘର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଚମ୍ପିଆନସିପ ପାଇଁ ଗତ ସପ୍ତାହରେ ହୋଇଥିବା ଅଣ ଅଲମ୍ପିକ୍ସ ଚୟନ ପ୍ରକ୍ରିୟାରେ ମେରିକମ ଭାଗ ନେଇନଥିଲେ। କେବଳ ମେରିକମ ନୁହେଁ ସିମରନଜିତ କୌର, ଲୋବନିଲା ବୋରଗୋହୈନ ଓ ପୂଜା ରାଣୀ ମଧ୍ୟ ଏହି ଚୟନ ପ୍ରକ୍ରିୟାରେ ଭାଗ ନେଇନଥିଲେ। ତେବେ ଅଲମ୍ପିକ୍ସ ପାଇଁ ପୂର୍ବରୁ ଯୋଗ୍ୟତା ହାସଲ କରି ସାରିଛନ୍ତି ମେରିକମ।