ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ ଓ ୨୦୨୨ ଏସିଆନ ଗେମ୍ସ ଟ୍ରାଏଲରୁ ଓହରି ଯାଇଛନ୍ତି ୬ ଥରର ବିଶ୍ବ ଚାମ୍ପିଅନ ଏମସି ମେରୀକମ । ଏହି ଦୁଇ ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁନଥିବା ରବିବାର ସ୍ପଷ୍ଟ କରିଛନ୍ତି ମେରୀକମ । ତେବେ ସିନିୟର ବକ୍ସର ମେରୀଙ୍କ ଫୋକସରେ ରହିଛି ବର୍ମିଂଘାମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ । ଏହି ମେଗା କ୍ରୀଡା ମହାକୁମ୍ଭ ପାଇଁ ପ୍ରସ୍ତୁତି କରିବାକୁ ବକ୍ସିଂ ଚାମ୍ପିଅନସିପ୍ରେ ନଜର ଆସିବେନି ବୋଲି କହିଛନ୍ତି ମେରୀ । ଭାରତୀୟ ବକ୍ସିଂ ମହାସଂଘକୁ(BFI) ଲଣ୍ଡନ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ନିଜର ନିଷ୍ପତ୍ତି ଜଣାଇସାରିଛନ୍ତି ।
ଏହାମଧ୍ୟ ପଢନ୍ତୁ: TATA IPL 2022: ମାର୍ଚ୍ଚରୁ 26 ଟାଟା ଆଇପିଏଲ, ଚେନ୍ନାଇ-କୋଲକାତା ଉଦ୍ଘାଟନୀ ମ୍ୟାଚ୍