ନୂଆଦିଲ୍ଲୀ: କ୍ରିଡା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବକ୍ସିଙ୍ଗ କ୍ବିନ ଏମ ସି ମେରିକମ ଓ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ । ମେରି କମଙ୍କୁ ପଦ୍ମ ବିଭୁଷଣରେ ସମ୍ମାନିତ କରାଯାଉଥିବା ବେଳେ ସିନ୍ଧୁଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ।
ପାଞ୍ଚ ଥର ବିଶ୍ବ ବିଜେତା ହୋଇଥିବା ମେରି କମଙ୍କୁ ସର୍ବୋଚ୍ଚ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଉଛି । 1983ରେ ମାର୍ଚ୍ଚ 1 ତାରିଖରେ ମଣିପୁରର ଚୁରାଞ୍ଚାଦପୁର ଠାରେ ଜନ୍ମ ହୋଇଥିବା ମେରି କମ ଜୀବନର ତମାମ ବାଧା ବିଘ୍ନକୁ ଏଡାଇ ବକ୍ସିଂ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି ।