ଓଡିଶା

odisha

ETV Bharat / sports

କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କ ଦୃଢୋକ୍ତି: 2028 ସୁଦ୍ଧା ଶ୍ରେଷ୍ଠ 10 ମଧ୍ୟରେ ଭାରତର ସ୍ଥାନ

2028 ଅଲମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ 10 ସ୍ଥାନରେ ରହିବ ବୋଲି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଦୃଢୋକ୍ତି କରିଛନ୍ତି ।

By

Published : Jun 8, 2020, 5:10 PM IST

'Mark My Words, India will be in top-10 in 2028': Kiren Rijju
କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କ ଦୃଢୋକ୍ତି: 2028 ସୁଦ୍ଧା ଶ୍ରେଷ୍ଠ10 ମଧ୍ୟରେ ଭାରତର ସ୍ଥାନ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ବଡ ବୟାନ । ନିଜ ପୂର୍ବ ବୟାନକୁ ଦୋହରାଇଛନ୍ତି କ୍ରୀଡାମନ୍ତ୍ରୀ । 2028 ଅଲମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ 10 ସ୍ଥାନରେ ରହିବ ବୋଲି କ୍ରୀଡାମନ୍ତ୍ରୀ ଦୃଢୋକ୍ତି କରିଛନ୍ତି ।

ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ସେସନରେ ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

2024 ଗେମ୍ସ ମଧ୍ୟବର୍ତ୍ତୀ କାଳୀନ ଲକ୍ଷ୍ୟ ମାତ୍ର ଦୀର୍ଘକାଳୀନ ଲକ୍ଷ୍ୟ 2028 ବୋଲି ସେ କହିଛନ୍ତି । 2014 ପ୍ୟାରିସ ଅଲମ୍ପିକ୍ସରେ ଅଧିକାଂଶ ମେଡାଲ ଜିତିବାରେ ଭାରତୀୟ ଆଥଲେଟ ସଫଳ ହେବେ ବୋଲି ତାଙ୍କର ବିଶ୍ବାସ ରହିଥିବା କହିଛନ୍ତି ।

ଜୁନିୟର ଆଥଲେଟଙ୍କ ଭିତରେ ଅନେକ ପ୍ରଭାବିତ ପ୍ରତିଭା ରହିଛନ୍ତି । ସେଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଯୁବ ଆଥଲେଟଙ୍କ ପ୍ରଶିକ୍ଷଣରେ ଅଧିକ ଧ୍ୟାନ ଦିଆଯାଉଥିବା କ୍ରୀଡାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details