ନୂଆଦିଲ୍ଲୀ:ଭାରତୀୟ ସୁଟର ମନୁ ଭାକରଙ୍କ ଏକ ଟ୍ବିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ବିମାନବନ୍ଦର କତ୍ତୃପକ୍ଷ ଅପରାଧୀ ଭଳି ବ୍ୟବହାର କରିଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅର୍ଜୁନ ଆୱାର୍ଡ ବିଜେତା ସୁଟର ମନୁ ।
କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟ୍ବିଟ ଯୋଗେଁ ସହାୟତା ପାଇଁ ଅନୁରୋଧ କରିଥିଲେ ।
ମନୁଙ୍କୁ ଦିଲ୍ଲୀରୁ ଭୋପାଳ ଯାତ୍ରା କରିବାର ଥିଲା । ଏୟାର ଇଣ୍ଡିଆର 437 ନଂ ବିମାନରେ ସାଙ୍ଗରେ ବନ୍ଧୁକ ନେଇ ଯାତ୍ରା କରୁଥିବାରୁ ବାରଣ କରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ ଓ ଅପରାଧି ଭଳି ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ମନୁ । ତେବେ ତାଙ୍କ ପାଖରେ ସମସ୍ତ ପ୍ରକାର ଆବଶ୍ୟକୀୟ ଡକ୍ୟମେଣ୍ଟ ଥିବା ସତ୍ତ୍ବେ ମଧ୍ୟ ବିମାନରେ ଯିବାକୁ ଦେଇନଥିବା ଅଭିଯୋଗ କରିଛନ୍ତି ମନୁ ।
ତେବେ ପରେ ISSF ବିଶ୍ବ କପରେ ସ୍ବର୍ଣ୍ଣ ବିଜେତା ମନୁ ଭାକର କିରଣ ରିଜିଜୁଙ୍କୁ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିମାନରେ ଯିବାକୁ ଅନୁମତି ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ