ଓଡିଶା

odisha

ETV Bharat / sports

Chateauroux 2022 World Cup: 10M ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ପଦକ

ଫ୍ରାନ୍ସର ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ରେ ଇତିହାସ ରଚିଲା ଭାରତ । ଏହି ଇଭେଣ୍ଟ ମଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଅଧିକ ପଢ଼ନ୍ତୁ

Chateauroux 2022 World Cup: 10ମି ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ
Chateauroux 2022 World Cup: 10ମି ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ

By

Published : Jun 8, 2022, 10:04 PM IST

ନୂଆଦିଲ୍ଲୀ: ଫ୍ରାନ୍ସର ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ରେ ଇତିହାସ ରଚିଲା ଭାରତ । ଏହି ଇଭେଣ୍ଟ ମଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । P6 କାଟାଗୋରୀର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଚୀନ୍‌କୁ ପଛରେ ପକାଇ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଏହାକୁ ନେଇ ଜାତୀୟ କ୍ରୀଡ଼ା ପ୍ରାଧୀକରଣ ପକ୍ଷରୁ ଟ୍ବିଟ୍‌ କରି ସଚନା ଦିଆଯାଇଛି ।

ଯୋଗ୍ୟତା ପର୍ଯ୍ୟାୟ(qualification stage)ରେ ୫୬୫ ପଏଣ୍ଟ ହାସଲ କରି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର । ଭାରତର ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍‌ ଏହି ରେକର୍ଡ ହାସଲ କରିବା ସହ ଚୀନ୍‌କୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଦୁଇ ସୁଟରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି କହିଛନ୍ତି ଯେ, "ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍‌ ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ର ମିଶ୍ରିତ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଆଗାମୀ ଇଭେଣ୍ଟ ପାଇଁ ମଧ୍ୟ ଦୁହିଁଙ୍କୁ ଶୁଭେଚ୍ଛା ।"

କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଟ୍ବିଟ୍‌ କରି କହିଛନ୍ତି ଯେ, "ଭାରତ ପାଇଁ ବର୍ତ୍ତମାନ ବିଶ୍ବ ରେକର୍ଡ ବର୍ଷା ହେଉଛି । ମନୀଷ ନରୱାଲ ଓ ରୁବିନା ଫ୍ରାନ୍ସିସ୍‌ P6 କାଟାଗୋରୀର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଚାତିଆରସ୍କ ସୁଟିଂ ବିଶ୍ବକପ୍ ୨୦୨୨ର ମିଶ୍ରିତ ଯୁଗଳ ବର୍ଗର ଯୋଗ୍ୟତା ପର୍ଯ୍ୟାୟ(qualification stage)ରେ ୫୬୫ ପଏଣ୍ଟ ହାସଲ କରି ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ଦୁଇ ସୁଟର । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ।"

ABOUT THE AUTHOR

...view details