ଓଡିଶା

odisha

ETV Bharat / sports

Asian Athletics Championships: ରୌପ୍ୟ ଜିତିଲେ ଲଙ୍ଗଜମ୍ପର ଶ୍ରୀଶଙ୍କର, ମିଳିଲା ପ୍ୟାରିସ ଅଲମ୍ପିକ୍ସ ଟିକେଟ୍‌ - ଲଙ୍ଗଜମ୍ପର ଶ୍ରୀଶଙ୍କର

ଏସିଆନ ଆଥଲେଟିକ ଚମ୍ପିଆନସିପରେ ଲଙ୍ଗଜମ୍ପର ଶ୍ରୀଶଙ୍କର ରୌପ୍ୟ ପଦକ ଜିତିବା ସହ 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ଏସିଆନ ଆଥଲେଟିକ ଚମ୍ପିଆନସିପ
Asian Athletics Championships

By

Published : Jul 16, 2023, 9:03 AM IST

ନୂଆଦିଲ୍ଲୀ: ବ୍ୟାଙ୍କକରେ ଚାଲିଥିବା ଏସିଆନ ଆଥଲେଟିକ ଚମ୍ପିଆନସିପରେ ଚମକିଛନ୍ତି ଭାରତୀୟ ଆଥଲେଟ । ଲଙ୍ଗଜମ୍ପର ତାରକା ମୁରଲୀ ଶ୍ରୀଶଙ୍କର ଏସିଆନ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିବା ସହ ଆସନ୍ତା ବର୍ଷ ପ୍ୟାରିସରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଏହା ସହ ଚତୁର୍ଥ ଦିବସରେ ଭାରତକୁ ଗୋଟିଏ ସ୍ବର୍ଣ୍ଣ, 2ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ସହ ମୋଟ 5ଟି ପଦକ ମିଳିଛି । ଭାରତର ପଦକ ସଂଖ୍ୟା 14କୁ ବୃଦ୍ଧି ହୋଇଛି ।

ମୁରଲୀ ଶ୍ରୀଶଙ୍କରଙ୍କୁ ପ୍ୟାରିସ ଅଲମ୍ପିକ୍ସ ଯୋଗ୍ୟତା:ଏସିଆନ ଆଥଲେଟିକ୍ସରେ ଶ୍ରୀଶଙ୍କର 8.37 ମିଟର ଡେଇଁ କ୍ୟାରିୟରରେ ଦ୍ବିତୀୟ ଶ୍ରେଷ୍ଠ ଜମ୍ପ ମାରିଛନ୍ତି । ଫାଇନାଲ ରାଉଣ୍ଡରେ ସେ ଏହି ସଫଳତା ହାସଲ କରିଛନ୍ତି । ପ୍ୟାରିସ ଅଲମ୍ପିକ୍ସ ଯୋଗ୍ୟତା ପାଇଁ 8.27 ମିଟର ମାର୍କକୁ ପାର କରିଥିବାରୁ ସେ 2024ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଚାଇନିଜ ତାଇପେଇର ୟୁ ତାଙ୍କ ଲିନ ଚତୁର୍ଥ ରାଉଣ୍ଡରେ 8.40 ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଗଷ୍ଟରେ ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ବ ଚମ୍ପିଆନସିପ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି ଶ୍ରୀଶଙ୍କର । ଅନ୍ୟପଟେ ମହିଳା ହେପ୍ଟ ଆଥଲେଟରେ ସ୍ବପ୍ନା ବରମାନ ରୌପ୍ୟ ପଦକ ଜିତିଛନ୍ତି । 5840 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ସଫଳତା ହାସଲ କରିଛନ୍ତି ସ୍ବପ୍ନା । ଏହି ଇଭେଣ୍ଟରେ ଉଜବେକିସ୍ତାନର ଏକତାରିନା ଭୋରେନିକା 6098 ପଏଣ୍ଟ ସହ ସ୍ବର୍ଣ୍ଣ ଓ ଜାପାନର ୟୁତି ଯାମାସାକି 5696 ପଏଣ୍ଟ ସହ ବ୍ରୋଞ୍ଚ ପଦକ ଜିତିଛନ୍ତି ।

ଏହା ବି ପଢନ୍ତୁ...CWG 2022: ଲଙ୍ଗଜମ୍ପରେ ରୌପ୍ୟ ପଦକ ଜିତିଲେ ଶ୍ରୀଶଙ୍କର

ସନ୍ତୋଷଙ୍କୁ 400 ମିଟର ହର୍ଡଲ୍ସରେ କାଂସ୍ୟ: ଏସିଆନ ଆଥଲେଟିକ୍ସରେ ପୂର୍ବରୁ ଭାରତର ସନ୍ତୋଷ କୁମାର ପୁରୁଷ 400ମିଟର ହର୍ଡଲ୍ସରେ ବ୍ରୋଞ୍ଚ ପଦକ ଜିତିଥିଲେ । 49.09 ସେକେଣ୍ଡ ସମୟ ନେଇ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । 25 ବର୍ଷୀୟ ସନ୍ତୋଷ ପୂର୍ବ ଶ୍ରେଷ୍ଠ ପ୍ରଦର୍ଶନ 49.49 ସେକେଣ୍ଡ ଥିଲା ।

ଭାରତୀୟ ମିକ୍ସଡ 4ଗୁଣା 400 ରିଲେ ଟିମକୁ ସ୍ବର୍ଣ୍ଣ:4 ଗୁଣା 400 ରିଲେ ଟିମ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ମିଳିଛି । ଭାରତର ରାଜେଶ ରମେଶ, ଐଶ୍ବର୍ଯ୍ୟା ମିଶ୍ର, ଆମୋଜ ଜାକର ଓ ଶୁଭ ଭେଙ୍କଟେଶଙ୍କୁ ନେଇ ଗଠିତ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଦଳ 3 ମିନିଟ 14.70 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ଭାରତର ପଦକ:ଏସୀୟ ଆଥଲେଟିକ ଚମ୍ପିଆନସିପ ପଦକ ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତ ଏହି ଚମ୍ପିଆନସିପରେ 6ଟି ସ୍ବର୍ଣ୍ଣ, 4ଟି ରୌପ୍ୟ ଓ 4ଟି କାଂସ୍ୟ ପଦକ ସହ ମୋଟ 14ଟି ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି । ସେହିପରି ଜାପାନ 28ଟି ପଦକ ସହ ପ୍ରଥମ ସ୍ଥାନ ଓ ଚୀନ 17ଟି ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି । କାଜିକସ୍ତାନ ଚତୁର୍ଥ, ଉଜବେକିସ୍ତାନ ପଞ୍ଚମ, ଥାଇଲାଣ୍ଡ ଷଷ୍ଠ, ଶ୍ରୀଲଙ୍ଗା ସପ୍ତମ, କତାର ଅଷ୍ଟମ, ଦକ୍ଷିଣ କୋରିଆ ନବମ, ଚାଇନିଜ ତାଇପେ ଦଶମ, ଫିଲିପାଇନ୍ସ ଏଦାଦଶ ସିଙ୍ଗାପୁର 1ଟି ସ୍ବର୍ଣ୍ଣ ପଦକ ସହ ଶେଷରେ ରହିଛି ।

ପ୍ରକାଶଥାଉ କି, ବର୍ମିଂହାମରେ ଆୟୋଜିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ ମୁରଲୀ ଶ୍ରୀଶଙ୍କର । ପୁରୁଷ ବର୍ଗ ଉଚ୍ଚଡିଆଁ (ଲଙ୍ଗଜମ୍ପ)ରେ ବହୁ ମୂଲ୍ୟ ରୌପ୍ୟ ପଦକ ଜିତିଥିଲେ ମୁରଲୀ ଶ୍ରୀଶଙ୍କର । ପ୍ରଥମ ଭାରତୀୟ ପୁରୁଷ ଭାବେ ସେ ରାଜ୍ୟଗୋଷ୍ଠୀ ଲଙ୍ଗଜମ୍ପ ଇଭେଣ୍ଟରେ 8.08 ଜମ୍ପ ମାରି ରୌପ୍ୟ ପଦକ ହାସଲ କରିଥିଲେ ।

ABOUT THE AUTHOR

...view details