ନୂଆଦିଲ୍ଲୀ: ଲକାଡାଉନ 4.0ରେ ଦେଶରେ ଖୋଲିବ ଷ୍ଟାଡିୟମ ଓ ସ୍ପୋର୍ଟ କମ୍ପ୍ଳେକ୍ସ । ଏହି ନିଷ୍ପତିକୁ ଭାରତୀୟ ଷ୍ଟାର ରାଇଫଲ ସୁଟର ଅଞ୍ଜୁମ ମୌଦଗିଲ ସ୍ବାଗତ କରିଛନ୍ତି ।
ଲକଡାଉନ 4.0: ଖୋଲିବ ସ୍ପୋର୍ଟ୍ସ କମ୍ପ୍ଳେକ୍ସ, ନିଷ୍ପତିକୁ ଅଞ୍ଜୁମ ମୌଦଗିଲଙ୍କ ସ୍ବାଗତ - ନିଷ୍ପତିକୁ ଅଞ୍ଜୁମ ମୌଦଗିଲଙ୍କ ସ୍ବାଗତ
ଲକାଡାଉନ 4.0ରେ ଦେଶରେ ଖୋଲିବ ଷ୍ଟାଡିୟମ ଓ ସ୍ପୋର୍ଟ କମ୍ପ୍ଳେକ୍ସ । ଏହି ନିଷ୍ପତିକୁ ଭାରତୀୟ ଷ୍ଟାର ରାଇଫଲ ସୁଟର ଅଞ୍ଜୁମ ମୌଦଗିଲ ସ୍ବାଗତ କରିଛନ୍ତି ।

ଲକଡାଉନ 4.0: ଖୋଲିବ ସ୍ପୋର୍ଟ୍ସ କମ୍ପ୍ଳେକ୍ସ, ନିଷ୍ପତିକୁ ଅଞ୍ଜୁମ ମୌଦଗିଲଙ୍କ ସ୍ବାଗତ
ମହାମାରୀ କୋରୋନା ଭାଇରସ ସଂକ୍ରମଣ କାରଣରୁ ଦେଶରେ ଲାଗୁ ହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ଏଥର ମେ 18 ରୁ 31 ପର୍ଯ୍ୟନ୍ତ ଲକଡାଉନର ଅବଧି ରହିଛି । ତେବେ ଏହି ପର୍ଯ୍ୟାୟରେ କ୍ରୀଡାବିତଙ୍କ ପାଇଁ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଗତକାଲି ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଦେଶରେ ଥିବା ଷ୍ଟାଡିୟମ ଓ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ଖୋଲିବାକୁ ନିଷ୍ପତି କରିଛନ୍ତି ଭାରତ ସରକାର । ଫଳରେ କ୍ରୀଡାବିତ ନିର୍ଦ୍ଦିଷ୍ଟ ଗାଇଡଲାଇନ ସହ ଅଭ୍ୟାସ ଆରମ୍ଭ କରିପାରିବେ ।