ଓଡିଶା

odisha

ଆର୍ଜେଣ୍ଟିନା ଦଳକୁ 35 iphone ଉପହାର ଦେଲେ ମେସି

By

Published : Mar 3, 2023, 3:50 PM IST

ଆର୍ଜେଣ୍ଟିନା ଷ୍ଟାର ଫୁଟବଲ ଖେଳାଳି 35ଟି ଆଇ ଫୋନ କିଣିଛନ୍ତି ଜାଣନ୍ତି କାହିଁକି ଏକା ସଙ୍ଗରେ କିଣିଲେ ଏତେ ଆଇଫୋନ । ଅଧିକ ପଢନ୍ତୁ

rgentina Captain Lionel Messi gift to team
ଆର୍ଜେଣ୍ଟିନା ଦଳକୁ 35 ଆଇଫୋନ ଉପହାର ଦେଲେ ଲିଓନେଲ ମେସି

ନୂଆଦିଲ୍ଲୀ:ଆର୍ଜେଣ୍ଟିନା ପୁଟବଲ ଟିମ ଅଧିନାୟକ ତଥା ଷ୍ଟାର ଖେଳାଳି ଲିଓନେଲ ମେସି ଏବେ ଚର୍ଚ୍ଚାରେ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । କତାରରେ ଅନୁଷ୍ଠିତ ଫିପା ବିଶ୍ବକପ ବିଜୟର ଉତ୍ସବ ପାଳିବାକୁ ଦଳକୁ ଏକ ନିଆରା ଉପହାର ଦେଇଛନ୍ତି ମେସି । 35ଟି ଆଇଫୋନ କିଣି ଦଳକୁ ଉପହାର ଆକାରରେ ଦେଇଛନ୍ତି । ଟିମ ସଦସ୍ୟ ତଥା ସପୋର୍ଟ ଷ୍ଟାଫଙ୍କୁ ଉପହାର ଦେଇଛନ୍ତି ମେସି । 35ଟି ଆଇଫୋନର ମୂଲ୍ୟ 1, 75,000 ୟୁରୋ ଯାହା ଭାରତୀୟ ମୂଲ୍ୟରେ 1.73 କୋଟି ଟଙ୍କା ହେବ ।

ରିପୋର୍ଟ ଅନୁସାରେ, ମେସି କିଣିଥିବା ସମସ୍ତ ଆଇଫୋନ ପଛରେ ଖେଳାଳିଙ୍କ ନାମ, ଜର୍ସି ନମ୍ବର ଓ ଆର୍ଜେଣ୍ଟିନା ଲୋଗ ରହିଛି । ଏହି ମାସ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଖେଳାଳିଙ୍କ ପାଖର ଏହି ଫୋନ ପହଞ୍ଚିବ । ଫ୍ରାନ୍ସକୁ ପରାସ୍ତ କରି 2022 ଫିଫା ବିଶ୍ବକପ ବିଜୟୀ ହୋଇଥିଲା । ଏହା ମେସିଙ୍କ ନେତୃତ୍ବାଧୀନ ପ୍ରଥମ ଟାଇଟଲ ଥିଲା । ବିଶ୍ବକପ ମ୍ୟାଚରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନା ପକ୍ଷରୁ ଲିଓନେଲ ମେସି ଉନ୍ନତ ପ୍ରଦର୍ଶନ ପାଇଁ ଗୋଲ୍ଡେନ ବଲ ପାଇଥିଲେ । ନିକଟରେ ମେସି ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳି ପୁରସ୍କାର ମଧ୍ୟ ଜିତିଛନ୍ତି ।

ଏହା ବି ପଢନ୍ତୁ...New Coach of Men's Hockey Team: କ୍ରେଗ ଫୁଲଟନ ଭାରତୀୟ ପୁରୁଷ ଦଳ ମୁଖ୍ୟ କୋଚ

36 ବର୍ଷ ପରେ ଫିଫା ବିଶ୍ବକପ ମୁକୁଟ ପିନ୍ଧିଥିଲା ଆର୍ଜେଣ୍ଟିନା । ଏ ଯାତ୍ରାରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଆର୍ଜେଣ୍ଟିନା ପକ୍ଷରୁ ସର୍ବାଧିକ ଗୋଲ ମଧ୍ୟ ତାଙ୍କ ନାମରେ ରହିଛି । ବିଶ୍ବକପରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି ମେସି । 26ଟି ବିଶ୍ବକପ ମ୍ୟାଚ ଖେଳିଥିବା ବେଳେ ଦଳ ପକ୍ଷରୁ 13ଟି ଗୋଲ କରିଛନ୍ତି। 2022ରେ ତାଙ୍କ ଗୋଲ ସଂଖ୍ୟା 7 ରହିଛି ।

ଏହା ବି ପଢନ୍ତୁ...FIFA World Cup: 36 ବର୍ଷ ପରେ ବିଶ୍ବ ବିଜୟୀ ଆର୍ଜେଣ୍ଟିନା

ଗତବର୍ଷ ଡିସେମ୍ବର 18 ତାରିଖରେ ଫିପା ବିଶ୍ବକପ ଫାଇନାଲ ଖେଳାଯାଇଥିଲା । 36 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା । ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନା 4ଟି ଗୋଲ କରିଥିବା ବେଳେ ଫ୍ରାନ୍ସ 2ଟି ଗୋଲ କରିଥିଲା । ଅର୍ଜେଣ୍ଟିନା ତୃତୀୟ ଥର ପାଇଁ ଫିଫା ମୁକୁଟ ପିନ୍ଧିଥିଲା । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ବିଶ୍ବ ବିଜୟୀ ହୋଇଥିଲା ।

ABOUT THE AUTHOR

...view details