ଓଡିଶା

odisha

ଲିଓନେଲ ମେସି 2022ର ଶ୍ରେଷ୍ଠ ଖେଳାଳି

By

Published : Feb 28, 2023, 2:15 PM IST

ଆର୍ଜେଣ୍ଟିନା ଫୁଟବଲ ଖେଳାଳି ତଥା ବିଶ୍ବକପ ବିଜେତା ଲିଓନେଲ ମେସି ଫିଫା ପ୍ଲେୟାର ଅଫ ଦି ଇୟର ଟ୍ରଫି ନିଜ ନାମରେ କରିଛନ୍ତି । ଅଧିକ ପଢନ୍ତୁ

lionel messi
ଲିଓନେଲ ମେସି 2022ର ଶ୍ରେଷ୍ଠ ଖେଳାଳି

ପ୍ୟାରିସ: ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଆର୍ଜେଣ୍ଟିନାର ଲିଓନେଲ ମେସି ଆଉ ଏକ ସଫଳତା ହାସଲ କରିଛନ୍ତି । ଦ୍ବିତୀୟ ଥର ପାଇଁ ଫିଫା ପ୍ଲେୟାର ଅଫ ଦି ଇୟର ବିବେଚିତ ହୋଇଛନ୍ତି ମେସି । ପ୍ରଥମ ଥର 2019ରେ ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିଲେ । 2022 କତାର ବିଶ୍ବକପ ଚମ୍ପିଅନ ହୋଇଥିଲା ଅର୍ଜେଣ୍ଟିନା । ବର୍ଷ 2022 ପାଇଁ ଶ୍ରେଷ୍ଠ ପୁରୁଷ ଖେଳାଳି ଟ୍ରଫି ହାତେଇଛନ୍ତି ମେସି ।

ପ୍ୟାରିସରେ ଆୟୋଜିତ ଏକ ସମାରୋହରେ ମେସି କହିଛନ୍ତି, ''ଲମ୍ବା ସମୟ ପରେ ସ୍ବପ୍ନ ପୁରଣ କରିବା ମୋ ପାଇଁ ବହୁତ ବଡ ଉପଲବ୍ଧି ।'' 35 ବର୍ଷୀୟ ମେସି 2029ରେ ସର୍ବେଶ୍ରେଷ୍ଠ ଫିଫା ପୁରୁଷ ଖେଳାଳି ପୁରସ୍କାର ଜିତିଥିଲେ । ଲିଓନେଲ ମେସି 2007ରେ ପ୍ରଥମ ଥର ଫିଫାରେ ସାମିଲ ହୋଇଥିଲେ । ବାର୍ସିଲୋନା ଅଧିନାୟକ ମେସି ଫିଫା ୱାର୍ଲ୍ଡ ପ୍ଲେୟାର ଅଫ ଦି ଇୟରର ଦ୍ବିତୀୟ ସ୍ଥାନରେ ରହିଥିଲେ । ମେସି ତାଙ୍କ କ୍ୟାରିଅରରେ 7 ଥର ଡି'ଓର, ୟୁଫା ଚାମ୍ପିଅନ ଲିଗ 4 ଥର, କୋପା ଆମେରିକା ଟ୍ରଫି ଥରେ ଜିତିଥିଲେ ।

ଏହା ବି ପଢନ୍ତୁ...WPL 2023: ବେଥ ମୁନୀଙ୍କୁ ଗୁଜୁରାଟ ଜାଏଣ୍ଟ୍ସ ନେତୃତ୍ବ, ସ୍ନେହ ରଣା ଉପଅଧିନାୟିକା

କ୍ଲବ ଫୁଟବଲରେ 700ତମ ଗୋଲ କରିଛନ୍ତି ମେସି । ଫ୍ରାନ୍ସ ଫୁଟବଲ ଲିଗରେ ପ୍ୟାରିସ ସେଣ୍ଟ ଜର୍ମେନ 3-0 ଗୋଲରେ ମାର୍ସେଲୀକୁ ପରାସ୍ତ କରିଛି । ଏହି ମ୍ୟାଚରେ ଗୋଲ ଦେଇ କ୍ଲବ କ୍ୟାରିଅରରେ 700ତମ ଗୋଲ କରିବାରେ ସମର୍ଥ ହୋଇଛନ୍ତି ମେସି । ବାର୍ସିଲୋନା ପକ୍ଷରୁ ଲିଓନେଲ ମେସି 778ଟି ମ୍ୟାଚ ଖେଳି 672 ଗୋଲ କରିଛନ୍ତି । 2022 ଫିଫା ବିଶ୍ବକପରେ ଫ୍ରାନ୍ସକୁ ହରାଇ ଆର୍ଜେଣ୍ଟିନା ବିଶ୍ବ ବିଜୟୀ ହୋଇଥିଲା । ମେସିଙ୍କ ଦଳ ଆର୍ଜେଣ୍ଟିନା ଫିଫା ବିଶ୍ବକପରେ ରୋମାଞ୍ଚକ ଫାଇନାଲ ମୁକାବିଲାରେ ପେନାଲ୍ଟି ସୁଟଆଉଟରେ 4-2 ଗୋଲରେ ଫ୍ରାନ୍ସକୁ ପରାସ୍ତ କରିଥିଲା । 36 ବର୍ଷ ପରେ ବିଜୟ ମୁକୁଟ ପିନ୍ଧିଥିଲା ଆର୍ଜେଣ୍ଟିନା । ମୋଟ 26ଟି ବିଶ୍ବକପ ମ୍ୟାଚ ଖେଳିଛନ୍ତି । 2022 ବିଶ୍ବକପରେ ମେସି 7ଟି ଗୋଲ କରିଥିଲେ । ତାଙ୍କୁ ଗୋଲ୍ଡେନ ବଲ ମିଳିଥିଲା । ବିଶ୍ବକପ ଜିତିବାର ସ୍ବପ୍ନ ପୁରଣ ହେବାପରେ ସେ ଅବସର ନେବା ନେଇ ନିକଟରେ ସଙ୍କେତ ଦେଇଥିଲେ ।

ABOUT THE AUTHOR

...view details