ଓଡିଶା

odisha

ହାମିଲଟନ୍‌ ଜିତିଲେ ମେକ୍ସିକାନ୍‌ ଗ୍ରାଁ ପ୍ରି ଟାଇଟଲ

By

Published : Oct 29, 2019, 9:51 AM IST

ମେକ୍ସିକାନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ ଚାମ୍ପିଆନସିପର ଟାଇଟଲ ନିଜ ନାଁରେ କଲେ ଷ୍ଟାର ଫର୍ମୁଲା ଓ୍ବାନ ଡ୍ରାଇଭର ଲୁଇସ ହାମିଲଟନ୍‌ । ଏବେ ବିଶ୍ବ ଟାଇଟଲ ନିଜ ନାଁରେ କରିବା ଲକ୍ଷ୍ୟରେ ହାମିଲଟନ୍‌ ।

f1

ମେସ୍କିକୋ ସିଟି: ଷ୍ଟାର ଫର୍ମୁଲା ଓ୍ବାନ ଡ୍ରାଇଭର ଲୁଇସ ହାମିଲଟନ୍‌ ନିଜ ନାଁରେ କଲେ ମେକ୍ସିକାନ୍‌ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ ଚାମ୍ପିଆନସିପର ଟାଇଟଲ । ଏହି ଚମ୍ପିଆନସିପ୍‌ରେ ଜିତିବା ପରେ ମର୍ସିଡିଜ ପାଇଁ ଚଳିତ ସିଜନରେ ଏହା 10ମ ବିଜୟ ଥିଲା । ଏଥିସହ ନିଜ କ୍ୟାରିଅରର 83ତମ ବିଜୟ ହାସଲ କରିଛନ୍ତି ହାମିଲଟନ୍‌ ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ

ଏହି ବିଜୟ ପରେ ହାମିଲଟନ ମୋଟ 363ପଏଣ୍ଟ ହାସଲ କରିଛନ୍ତି । ଚଳିତ ସିଜନରେ ଆଉ ମାତ୍ର 3ଟି ଗ୍ରାଁ ପ୍ରି ରେସ ବାକି ରହିଛି । ପରବର୍ତ୍ତୀ 3ଟି ରେସ୍‌ରେ ହାମିଲଟନ୍‌ 14 ପଏଣ୍ଟ ହାସଲ କଲେ ଷଷ୍ଠତମ ବିଶ୍ବ ଟାଇଟଲ ନିଜ ନାଁରେ କରିବାରେ ସକ୍ଷମ ହେବେ ।

305.354କିମିକୁ ଲୁଇସ ହାମିଲଟନ୍‌ 1ଘଣ୍ଟା 36ମିନିଟ୍‌ରେ 48.904 ସେକେଣ୍ଡରେ ଅତିକ୍ରମ କରି ଟାଇଟଲ ନିଜ ନାଁରେ କରିଛନ୍ତି ।

ABOUT THE AUTHOR

...view details