ଲଣ୍ଡନ: ଫର୍ମୁଲା-1 ଚମ୍ପିଆନ ଲୁଇସ ହାମିଲଟନ 2ଜଣ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଛନ୍ତି । ଏହାପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏଥିସହ ସେ ଜଣାଇଛନ୍ତି ୟେ, ତାଙ୍କ ଠାରେ କୌଣସି କୋରୋନା ଲକ୍ଷଣ ଦେଖାଯାଉ ନାହିଁ ।
6ଥର ବିଶ୍ବ ଚମ୍ପିଆନ ହାମିଲଟନ ଶନିବାର ସୋସିଆଲ ମଡିଆରେ ସୂଚନା ଦେଇଛନ୍ତି । ହାମିଲଟନଙ୍କ ଅନୁସାରେ ସେ ନିଜକୁ ଗୋଟେ ସପ୍ତାହ ହେଲା ଆଇସୋଲେଟରେ ରଖିଛନ୍ତି । କିଛି ଦିନ ପୂର୍ବ ସେ ଅଭିନେତା ଏଲବା ଓ ଜଷ୍ଟିନ ଥ୍ରୁଡୋଙ୍କ ପତ୍ନୀ ସୋଫିଙ୍କ ସହ ଭେଟିଥିଲେ , ସେମାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି ।