ଓଡିଶା

odisha

ETV Bharat / sports

'ଆସନ୍ତୁ ଦୀପ ଜାଳି କୋରୋନାକୁ କରିବା ପରାସ୍ତ' - Manu bhaker on lighting lamps

ଆସନ୍ତୁ ସଭିଏଁ ଜାଳିବା ଦୀପ । ମହାମାରୀ କୋରୋନା ଭାଇରସକୁ ପରାସ୍ତ କରିବା । ଏପରି ଅପିଲ କରିଛନ୍ତି ଭାରତୀୟ ଷ୍ଟାର ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ରାତି 9.00ଟାରେ 9 ମିନିଟ ପାଇଁ ବାଲକୋନରେ ଦୀପ କିମ୍ବା ଟର୍ଚ୍ଚ ଜଳାଇ ଆଲୋକିତ କରିବାକୁ ଅପିଲ କରିଛନ୍ତି ।

lets pledge to defeat COVID-19 together by lighting lamps tonight: Shooter Manu bhaker
'ଆସନ୍ତୁ ଜାଳିବା ଦୀପ, କୋରୋନାକୁ କରିବା ପରାସ୍ତ'

By

Published : Apr 5, 2020, 3:15 PM IST

ନୂଆଦିଲ୍ଲୀ: ଆସନ୍ତୁ ସଭିଏଁ ଜାଳିବା ଦୀପ । ମହାମାରୀ କୋରୋନା ଭାଇରସକୁ ପରାସ୍ତ କରିବା । ଏପରି ଅପିଲ କରିଛନ୍ତି ଭାରତୀୟ ଷ୍ଟାର ସୁଟର ମନୁ ଭାକର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ରବିବାର) ରାତି 9.00ଟାରେ 9 ମିନିଟ ପାଇଁ ବାଲକୋନରେ ଦୀପ କିମ୍ବା ଟର୍ଚ୍ଚ ଜଳାଇ ଆଲୋକିତ କରିବାକୁ ଅପିଲ କରିଛନ୍ତି ।

କୋରୋନା ବିରୋଧି ଲଢେଇରେ 130 କୋଟି ଭାରତୀୟ ଏକତ୍ର ସଂକଳ୍ପ ନେବାପାଇଁ ପ୍ରଧାନମନ୍ତ୍ରୀ ଏପରି ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନକୁ ସ୍ବୀକାର କରି ଦୀପ ଜାଳିବାକୁ ମନୁ ଟ୍ବିଟ ଯୋଗେ ଅନୁରୋଧ କରିଛନ୍ତି । ପୂର୍ବରୁ ଟିମ ଇଣ୍ଡିଆ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ହରଭଜନ ସିଂହ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ସ୍ବାଗତଯୋଗ୍ୟ ବୋଲି କହିଥିଲ ।

ମହମାରୀ କୋରୋନା ଭାଇରସରେ ଏଯାବତ ଭାରତରେ 3,374 ଲୋକ ସଂକ୍ରମିତ ହୋଇଛନ୍ତି । ଏହି ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । 77ଜଣଙ୍କର ଜୀବନ ମଧ୍ୟ ଯାଇସାରିଲାଣି ।

ABOUT THE AUTHOR

...view details