ନୂଆଦିଲ୍ଲୀ:କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ଧୀରେଧୀରେ ବଢିବାରେ ଲାଗିଛି । ଦିଲ୍ଲୀ ହାଇକୋର୍ଟରୁ ଶୁକ୍ରବାର ସୁଶୀଲଙ୍କୁ ଆଉ ଏକ ଝଟ୍କା । ଗଣମାଧ୍ୟମ ବିରୁଦ୍ଧରେ ସୁଶୀଲ କୁମାରଙ୍କ ଆବେଦନର ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ । ଜଣେ 23 ବର୍ଷୀୟ ଯୁବ କୁସ୍ତିଯୋଦ୍ଧାଙ୍କ ହତ୍ୟା ମାମଲାରେ ଛନ୍ଦି ହୋଇ ପୋଲିସ ହେପାଜତରେ ରହିଛନ୍ତି ସୁଶୀଲ ।
ମୁଖ୍ୟ ବିଚାରପତି ଡିଏନ ପଟେଲ ଓ ବିଚାରପତି ଜ୍ୟୋତି ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଗଣମାଧ୍ୟମରେ ଏହି ସମ୍ବନ୍ଧୀୟ ଖବର ପ୍ରସାରଣ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନର ଶୁଣାଣି କୋର୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଜଣେ ଆଇନ ଛାତ୍ର ସୁଶୀଲଙ୍କ ପକ୍ଷରୁ ଏହି ଆବେଦନ କରିଥିଲେ । ତେବେ ଏହି ମାମଲାର ଶୁଣାଣି ପାଇଁ ଇଚ୍ଛାପ୍ରକାଶ କରିନାହାନ୍ତି ।