ବର୍ମିଂହାମ:ଚଳିତ ଅଲ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନସିପରେ ଭାରତୀୟ ଯୁବ ସର୍ଟଲରଙ୍କ ଚମତ୍କାର ପ୍ରଦର୍ଶନ । ୨୦ ବର୍ଷୀୟ ଲକ୍ଷ ସେନ ଶୁକ୍ରବାର କ୍ବାର୍ଟର-ଫାଇନାଲରେ ବିଜୟୀ ହେବାସହ ସମ୍ମାନଜନକ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଡବଲ୍ସ ଯୋଡି ଗାୟତ୍ରୀ ଗୋପୀଚାନ୍ଦ-ତ୍ରୀଷା ଜୋଲି ମଧ୍ୟ ସେମିଫାଇନାଲ ଟିକେଟ ହାତେଇଛନ୍ତି । ଫଳରେ ଏହି ଇଭେଣ୍ଟରେ ଭାରତର ଦୁଇଟି ବ୍ରୋଞ୍ଜ ପଦକ ପକ୍କା ହୋଇଛି ।
ଗତବର୍ଷ ୱାର୍ଲ୍ଡ ଚାମ୍ପିୟନସିପ୍ରେ ବ୍ରୋଞ୍ଜ ଓ ଚଳିତ ବର୍ଷ ଇଣ୍ଡିଆ ଓପନର ବିଜେତା ରହିସାରିଥିବା ଲକ୍ଷ ସେନ ଅଲ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ସେମିଫାଇନାଲରେ ପ୍ରବେଶ କରି ନୂଆ ଉପଲବ୍ଧି ହାସଲ କରିଛନ୍ତି । ପିଠିରେ ଯନ୍ତ୍ରଣା ଯୋଗୁଁ କ୍ବାର୍ଟର-ଫାଇନାଲ ମୁକାବିଲାରୁ ଲକ୍ଷଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଓହରିଯିବା ପରେ ସେ ବିଜେତା ଘୋଷିତ ହୋଇଥିଲେ ।