ମେଲବୋର୍ଣ୍ଣ:ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋଭିକ ଓ କ୍ରୋଏସିଆର ଇଭାନ ଡୋଡିଗ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନ ୨୦୨୨ ମିକ୍ସଡ ଡବଲ୍ସ ଚାମ୍ପିଅନ ହୋଇଛନ୍ତି । ମେଲବୋର୍ଣ୍ଣ ପାର୍କରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲୀୟ ଟେନିସ ଷ୍ଟାର ଜେମି ଫୋରିଲସ ଓ ଜେସନ କୁବଲରଙ୍କୁ ୬-୩, ୬-୪ ସେଟ୍ରେ ହରାଇଛନ୍ତି ମ୍ଲାଦେନୋଭିକ-ଡୋଡିଗ ଯୋଡି ।
Australian Open: ମ୍ଲାଦେନୋଭିକଙ୍କୁ ଦ୍ବିତୀୟ ମିକ୍ସଡ ଡବଲ୍ସ ଟାଇଟଲ - କ୍ରିଷ୍ଟିନା ମ୍ଲାଦେନୋଭିକ
ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଦେନୋଭିକ ଓ କ୍ରୋଏସିଆର ଇଭାନ ଡୋଡିଗ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନ ୨୦୨୨ ମିକ୍ସଡ ଡବଲ୍ସ ଚାମ୍ପିଅନ ହୋଇଛନ୍ତି । ଅଧିକ ପଢନ୍ତୁ
Australian Open: ମ୍ଲାଦେନୋଭିକଙ୍କୁ ଦ୍ବିତୀୟ ମିକ୍ସଡ ଡବଲ୍ସ ଟାଇଟେଲ
ଏହାମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ପ୍ରେମିକ ରୋନାଲ୍ଡୋ, ବୁର୍ଜ ଖଲିଫାରେ ବାନ୍ଧବୀଙ୍କୁ ଖାସ୍ ଉପହାର
ଏହି ବିଜୟ ପରେ କ୍ୟାରିୟରରେ ଦ୍ବିତୀୟ ଥର ୨୮ ବର୍ଷୀୟା ମ୍ଲାଦେନୋଭିକ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଚାମ୍ପିଅନ ହୋଇଛନ୍ତି । ପୂର୍ବରୁ ବର୍ଷ ୨୦୧୪ରେ ସେ ପ୍ରଥମ ଟାଇଟଲ ନିଜ ନାମରେ କରିଥିଲେ । ୭୮ ମିନିଟ୍ ଧରି ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଭାବୀ ପ୍ରଦର୍ଶନ ସହ ସିଧାସଳଖ ସେଟ୍ରେ ବିଜୟୀ ହୋଇଥିଲେ ମ୍ଲାଦେନୋଭିକ ଓ ତାଙ୍କର କ୍ରୋଏସିଆ ପାର୍ଟନର । ଏହାପୂର୍ବରୁ ସେମିଫାଇନାଲରେ ତାଇନାର ଝାଙ୍ଗ୍ ସୁଆଇ ଓ ଅଷ୍ଟ୍ରେଲିଆର ଜନ ପିର୍ସଙ୍କୁ ୧-୬, ୭-୫, ୧୦-୨ ସେଟ୍ରେ ହରାଇଥିଲେ ।