ସୁଞ୍ଚେଓନ(ଦକ୍ଷିଣ କୋରିଆ): ଚଳିତ କୋରିଆ ଓପନ ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୨ର ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତର ଶୀର୍ଷସ୍ଥାନୀୟ ଖେଳାଳି ଷ୍ଟାର ସର୍ଟଲର ପିଭି ସିନ୍ଧୁ ଓ କିଦାମ୍ବ ଶ୍ରୀକାନ୍ତ ଚାଲିଥିବା କୋରିଆ ଓପନ ସୁପର 500 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ସାଉଥ କୋରିଆର ନମ୍ବର ୱାନ ଖେଳାଳି ସନ୍ ୱାନ ହୁଙ୍କୁ ପରାସ୍ତ କରିଛନ୍ତି । 1 ଘଣ୍ଟା 2 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ସଫଳତା ସହ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀକାନ୍ତ । ସେହିପରି ଥାଇଲାଣ୍ଡର ବୁସାନାନ ଓଙ୍ଗବାମୃଫାନଙ୍କୁ ସିଧାସଳଖ ଗେମରେ ହରାଇ ସେମିରେ ପ୍ରବେଶ କରିଛନ୍ତି ସିନ୍ଧୁ ।
ସ୍ଥାନୀୟ ଖେଳାଳି ସନ୍ ୱାନ ପ୍ରଥମରୁ ଆକ୍ରାମଣାତ୍ମକ ସଟ ଖେଳି 2-0ରେ ଆଗୁଆ ଥିଲେ । ମାତ୍ର ୱାଲ୍ଡ ନଂ 12ରେ ଭାରତୀୟ ସଟଲଗ 5 ପଏଣ୍ଟ ହାସଲ କରିଥିଲେ ଏବଂ 21-12ରେ ପ୍ରଥମ ଗେମକୁ ନିଜ କବଜାରେ କରି ନେଇଥିଲେ । ଦ୍ବିତୀୟ ରାଉଣ୍ଡରେ ସନ୍ ୱାନହୁ କମବ୍ୟାକ କରି 6-2 ସ୍କୋର କରିଥିଲେ ମାତ୍ର ବିଶ୍ବ ଚମ୍ପିଆନସିପର ରୌପ୍ୟ ବିଜେତା ଶ୍ରୀକାନ୍ତ 12-10ରେ ଲିଡ କରି ପଛକୁ ପଛ ସ୍କୋର କରିଥିଲେ । ତୃତୀୟ ତଥା ଅନ୍ତିମ ଗେମରେ ଶ୍ରୀକାନ୍ତ 4-0ରେ ଆଗୁଆ ଥିଲେ । 21-12-18-2121-12 ଗେମରେ କ୍ବାର୍ଟର ଫାଇନାଲ ମ୍ୟାଚ ଜିତି ନେଇଥିଲେ । ସେମିଫାଇନାଲରେ ଜୋନାଟାନ କ୍ରିଷ୍ଟି ଏବଂ କୁନଲାଭନ୍ତ ଭିଟିଦାସନଙ୍କୁ ଭେଟିବେ ।