କୋରାପୁଟ : ପାରାଦୀପରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲାକୁ 17ଟି ପଦକ ମିଳିଛି । ଏଥିରେ ୯ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ଓ ୪ ଟି ବ୍ରୋଞ୍ଜ ପଦକ ରହିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ 22 ଜଣ ଛାତ୍ରଛାତ୍ରୀ ଏହି କ୍ରୀଡା ଉତ୍ସବରେ ଭାଗନେଇ ଜିଲ୍ଲା ପାଇଁ ୧୭ ଟି ପଦକ ହାସଲ କରି ଗୌରବ ଅର୍ଜନ କରିଛନ୍ତି । ଜାଭେଲିନ ଓ ଡିସ୍କସ ଥ୍ରୋ, ଲମ୍ବ ଓ ଉଚ୍ଚ ଡିଆଁ ଏବଂ 100 , 200 , 400 ଓ 800 ମିଟର ଦୌଡ ସମେତ ରିଲେ ରେସ ଓ ହର୍ଡଲ ରେସରେ ଭାଗ ନେଇ 9 ଟି ସ୍ବର୍ଣ୍ଣ ପଦକ, 4 ଟି ରୌପ୍ୟ ଓ 4 ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କୋରାପୁଟକୁ 17ପଦକ - କୋରାପୁଟ ଖବର
ପାରାଦୀପରେ ଆୟୋଜିତ ରାଜ୍ୟସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀ 17ଟି ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ
କ୍ରୀଡାବିତଙ୍କ ଏହି ସଫଳତା ପରେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ଏହି ସଫଳତା ନିମନ୍ତେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ସେ କହିଥିଲେ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେମାନଙ୍କ ଭବିଷ୍ୟତ ଉଜ୍ଜଳ ହେଉ । ତେବେ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ସେମାନଙ୍କ ଦିନ ରାତି ଅଭ୍ୟାସ ସେମାନଙ୍କ ପାଇଁ ସଫଳତା ଆଣିଦେଇଛି ବୋଲି ଛାତ୍ରଛାତ୍ରୀ ମତ ରଖିଛନ୍ତି । ଆଜି କ୍ରୀଡାବିତମାନେ ଭୁବନେଶ୍ବରରୁ ହୀରାଖଣ୍ଡ ଏକ୍ସପ୍ରେସ ଯୋଗେ ଆସି କୋରାପୁଟରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଳା ଶିକ୍ଷା ବିଭାଗର ବିଶିଷ୍ଟ ଅଧିକାରୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ଇଟିଭି ଭାରତ, କୋରାପୁଟ