ଟୋକିଓ: ଚଳିତବର୍ଷ ଜୁଲାଇ-ଅଗଷ୍ଟରେ ଜାପନର ରାଜଧାନୀର ଟୋକିଓ ଠାରେ 2020 ଅଲମ୍ପିକ ଓ ପାରାଅଲମ୍ପିକ ଅୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ବେଡ୍ ରିସାଇକେଲ୍ଡ କାର୍ଡବୋର୍ଡରେ ତିଆରି ହୋଇଛି।
ଜାଣନ୍ତୁ ଟୋକିଓ ଅଲମ୍ପିକର ନାଁ କାହିଁକି 'ରିସାଇକେଲଡ୍ ଅଲମ୍ପିକ'... - ରିସାଇକେଲଡ୍ ଅଲମ୍ପିକ
ଟୋକିଓ ଅଲମ୍ପିକରେ ଖେଳାଳିଙ୍କ ବେଡ୍ ଠାରୁ ଆରମ୍ଭ କରି ପଦକ ବି ରିସାଇକେଲ୍ଡ ମ୍ୟାଟେରିଆଲରେ ନିର୍ମିତ କରାଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

recycled olympic
ସେହିପରି ବେଡର ମ୍ୟାଟ୍ରିସ ପଲିଥାଇଲିନ ମ୍ୟାଟେରିଆଲରେ ନିର୍ମିତ ହୋଇଛି। ଅଲମ୍ପିକ ପ୍ରତିଯୋଗିତା ପରେ ତାହାର ବ୍ୟବହାର ପ୍ଲାଷ୍ଟିକ ବସ୍ତୁ ଭାବେ କରାଯାଇ ପାରିବ। ଅଲମ୍ପିକ ପାଇଁ 18ହଜାର ଓ ପାରାଅଲମ୍ପିକ ପାଇଁ 8ହଜାର ବେଡ୍ର ଆବଶ୍ୟକତା ରହିଛି।
ଟୋକିଓ ଅଲମ୍ପିକରେ ମେଡଲ ବି ରିସାଇକେଲ୍ଡ କନଜ୍ୟୁମର ଇଲୋଟ୍ରୋନିସ୍ରେ ତିଆରି କରାଯାଇଛି । ଅଲମ୍ପିକ ଟର୍ଟ୍ଟ ଆଲୁମିନିୟମର ଅବଶେଷରୁ ତିଆରି ହୋଇଛି। ଏହାସହ ପୋଡିୟମର ନିର୍ମାଣ ରିସାଇକେଲ୍ଡ ହୋଉସହୋଲ୍ଡ ଓ ମେରାଇନ ଅବଶେଷରୁ ନିର୍ମାଣ ହୋଇଛି। ଏହାସହ ଅଲମ୍ପିକ ସମୟରେ ବିଜୁଳି ଉତ୍ପାଦନ ଅସରନ୍ତି ସମ୍ବଳର ବ୍ୟବହାର କରାଯିବ।