ହାଇଦ୍ରାବାଦ:ବିଶାଳ ଆକାଶରେ ବି ଛିହ୍ର ଅଛି ଆଉ ମଣିଷ ତ ନିମିତ ମାତ୍ର । ଦୃଢ ମନୋବଳ, କଠିନ ପରିଶ୍ରମ ମିଶି ଗଲେ ସଫଳତା ପାଦ ଛୁଇଁବାରୁ ବାଧ୍ୟ ହୋଇଥାଏ । ସବୁ ଅସମ୍ଭବ ସମ୍ଭବ ହୋଇଯାଏ । ସବୁ ବାଧାବିଘ୍ନ ହାର ମାନିଥାଏ । ଭାରତର ପ୍ରଥମ ମହିଳା ଯିଏକି ବିନା ହାତରେ ତୀରନ୍ଦାଜୀରେ ଇତିହାସ ରଚି ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ବିନା ହାତରେ ତୀର ମାରି ଇତିହାସ ରଚିଛନ୍ତି । ଦିବ୍ୟାଙ୍କ ତାଙ୍କୁ ହରାଇ ପାରିନାହିଁ । ଚଳିତ ପାରା ଏସିଆନ ଗେମ୍ସର ଚତୁର୍ଥ ସଂସ୍କରଣରେ ତୀରନ୍ଦାଜୀରେ ସ୍ବର୍ଣ୍ଣ ସହ 3ଟି ମେଡାଲ ଜିତି ଇତିହାସ ସୃଷ୍ଟି କରିଛନ୍ତି ଶୀତଳ ଦେବୀ । ଶୀତଲଙ୍କର ଏହି ଯାତ୍ରା ସହଜ ନଥିଲା । ଜାଣନ୍ତୁ 16 ବର୍ଷୀୟ ଶୀତଲ ଦେବୀଙ୍କ ସଂଘର୍ଷ ଓ ସଫଳତାର ପ୍ରେରଣାଦାୟକ ଯାତ୍ରା ବିଷୟରେ ।
ଶୀତଲଙ୍କ ଯାତ୍ରା: ଜାମ୍ମୁ କାଶ୍ମୀରର କିସ୍ତବାଡ଼ ଜିଲ୍ଲାର ଏକ ଅପହଞ୍ଚ ଛୋଟ ଗାଁ ଲୋଇଧାରର ଝିଅ ଶୀତଲ । ପରିବାର କହିଲେ ଘରେ ବାପା ମାଆ ଓ ସାନ ଭଉଣୀ । ଶୀତଲଙ୍କ ବାପା ଚାଷ କରନ୍ତି ମାଆ ଗୃହିଣୀ । ଶୀତଳଙ୍କ ସାନ ଭଉଣୀ ଶିବାନୀ ତାଙ୍କର ସବୁଠୁ ଅଧିକ ଯତ୍ନ ନିଅନ୍ତି । ଜନ୍ମରୁ ହିଁ ଶୀତଲଙ୍କର ହାତ ନାହିଁ । ହେଲେ ସବୁଥିଲେ ସେ ପାରଙ୍ଗମ । ପାଠପଢାଠୁ ନେଇ ସବୁ କାମ ସେ ଗୋଡ଼ରେ କରିଥାନ୍ତି । ଦିବ୍ୟାଙ୍ଗତାକୁ ଅଭିଶାପ ନ ଭାବି ଆଗକୁ ବଢିଛନ୍ତି । ଦୁଇ ଗୋଡ ଓ ଛାତି ସାହାଯ୍ୟରେ ତୀରନ୍ଦାଜୀ କୌଶଳ ଶିଖି ସଫଳ ହୋଇଛନ୍ତି । ବିନା ହାତରେ ତୀରନ୍ଦାଜୀରେ ସ୍ବର୍ଣ୍ଣ ପଦକ ଜିତିଥିବା ସେ ପ୍ରଥମ ଭାରତୀୟ ହୋଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ବିନା ହାଥରେ ତୀରନ୍ଦାଜୀରେ ପ୍ରଥମ ଖେଳାଳି ଥିଲେ ଶୀତଲ । କିସ୍ତବାଡ଼ ଜିଲ୍ଲା ଦୁରଜରାଜ ଗାଁର ଝିଅ ଶୀତଲ ଚୀନରେ ଚମକିଛନ୍ତି । ଚତୁର୍ଥ ପାରା ଏସିଆନ ଗେମ୍ସରେ 2ଟି ସ୍ବର୍ଣ୍ଣ ସହ ମୋଟ 3ଟି ପଦକ ଜିତି ଇତିହାସ ରଚିଛନ୍ତି ।
ଫୋକୋମେଲିଆରେ ପୀଡିତ ଶୀତଲ: ଜନ୍ମରୁ ଶୀତଲ ଫୋକୋମେଲିଆ (phocomelia) ରୋଗରେ ପୀଡିତ । ଏଣୁ ତାଙ୍କ ୨ଟି ହାତର ବିକାଶ ହୋଇପାରିନାହିଁ । ଏହାପରେ ସେ ନିଜ ଗୋଡ଼କୁ ହାତ ଭଳି ବ୍ୟବହାର କରିବା ଆରମ୍ଭ କରିଥିଲେ । ସବୁ କାମ ଗୋଡ଼ରେ ହିଁ କରନ୍ତି । ୨ ଗୋଡ଼ରେ ତୀରନ୍ଦାଜୀ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ । ଭାରତୀୟ ସେନା ଦ୍ବାରା ଆୟୋଜିତ କ୍ରୀଡ଼ା ଶିବିରରେ ସେ ଅଂଶଗ୍ରହଣ କରିବା ପରେ ଧୀରେଧୀରେ ତାଙ୍କର ତୀରନ୍ଦାଜି ପ୍ରତି ଆଗ୍ରହ ବଢ଼ିଥିଲା । ଏହାପରେ ସେ ଏହି ଶିକ୍ଷା ଗ୍ରହଣ କରିଥିଲେ ।