ନୂଆଦିଲ୍ଲୀ:ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ, ବୈଠକ କରିବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ।
ଆସନ୍ତା ସପ୍ତାହର ମଙ୍ଗଳବାର ଓ ବୁଧବାର ଏହି ଦୁଇଦିନିଆ ବୈଠକ ପାଇଁ ଧାର୍ଯ୍ୟ କରାଯାଇଛି । ବୈଠକରେ ତୃଣମୂଳ ସ୍ତରରେ କ୍ରୀଡାର ବିକାଶ, ଓ ସାରାଦେଶରେ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ(NYKS) ଓ ନ୍ୟାସନାଲ ସର୍ଭିସ ସ୍କିମ୍(NSS)ର ଉନ୍ନତି ନେଇ ଚର୍ଚ୍ଚା ହେବାନେଇ ସୂଚନା ରହିଛି ।