ଓଡିଶା

odisha

ETV Bharat / sports

ଅସୁସ୍ଥ ଡିଙ୍ଗକୋ ସିଂଙ୍କ ଦୁଃଖ ଶୁଣିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ - Kiren Rijiju request CM Biren Singh

ପୂର୍ବତନ ଭାରତୀୟ ବକ୍ସରଙ୍କ ଅପିଲ ପରେ ସହଯୋଗର ସହାୟତାର ବଢାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ମଣୀପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି କ୍ରୀଡାମନ୍ତ୍ରୀ ।

Kiren Rijiju request CM Biren Singh to help boxer Dingko singh
ଅସୁସ୍ଥ ପୂର୍ବତନ ବକ୍ସର ଡିଙ୍ଗକୋ ସିଂଙ୍କ ଦୁଃଖ ଶୁଣିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ

By

Published : Apr 21, 2020, 7:50 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂଙ୍କ ଅପିଲ ପରେ ସହଯୋଗର ସହାୟତାର ବଢାଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ମଣୀପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି କ୍ରୀଡାମନ୍ତ୍ରୀ ।

ମଣୀପୁରର ଇମ୍ଫାଲରେ ଅଛନ୍ତି ପୂର୍ବତନ ଭାରତୀୟ ବକ୍ସପ ଡିଙ୍ଗକୋ ସିଂ । କ୍ୟାନସରରେ ପୀଡିତ ହୋଇ ଅସୁସ୍ଥ ଅଛନ୍ତି ଏହି ପୂର୍ବତନ ବକ୍ସର । ଚିକିତ୍ସା ପାଇଁ ମଣୀପୁରରୁ ଦିଲ୍ଲୀ ଯିବାକୁ ବାଧକ ସାଜିଛି କୋରୋନା ଭାଇରସ ଲକଡାଉନ । ଦିଲ୍ଲୀରେ ରେଡିଏସନ ଓ କେମୋ ଚିକିତ୍ସା ପାଇଁ ଡାକ୍ତର ଦିନ ଧାର୍ଯ୍ୟ କରିଥିବା ଜଣାଇଥିଲେ ଡିଙ୍ଗକୋ ସିଂ ।

କ୍ରୀଡା ମନ୍ତ୍ରଣାଳୟକୁ ସହାୟତା ପାଇଁ ଅନୁରୋଧ ପରେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜ୍ଜୁ ଆଜି ଏ ନେଇ ପଦକ୍ଷେପ ନେଇଛନ୍ତି । ମଣୀପୁର ମୁଖ୍ୟମନ୍ତ୍ରୀଙ୍କ ସହ କିରେନ ରିଜିଜ୍ଜୁ କଥା ହେବା ସହ, ଡିଙ୍ଗକୋ ସିଂଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥସେବା ତୁରନ୍ତ ଯୋଗାଇ ଦେବାକୁ କହିଛନ୍ତି ।

ABOUT THE AUTHOR

...view details