ଲେହ: କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜଜୁ ସୋମବାର, ଲେହ ଓ ଲଦାଖରେ ପ୍ରାୟ 12କୋଟିରୁ ଅଧିକ ଟଙ୍କାର କ୍ରୀଡା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଲଦାଖର ଲେଫ୍ଟନାଣ୍ଟ ରାଜ୍ୟପାଳ ଆରକେ ମାଥୁର ଉପସ୍ଥିତ ରହିଥିଲେ ।
ଲଦାଖରେ 12କୋଟିରୁ ଅଧିକ କ୍ରୀଡା ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ - କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ
କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ସୋମବାର, ଲେହ ଓ ଲଦାଖରେ ପ୍ରାୟ 12କୋଟିରୁ ଅଧିକ ଟଙ୍କାର କ୍ରୀଡା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଲଦାଖରେ 12କୋଟିରୁ ଅଧିକ କ୍ରୀଡା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ କିରଣ ରିଜିଜୁ
ଲେହରେ ଏକ ଖୋଲା ଷ୍ଟାଡିୟମରେ ସିନ୍ଥେଟିକ ଟ୍ରାକ, ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭିତ୍ତିଭୁମି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପର ବ୍ୟୟ ଅଟକଳ ପ୍ରାୟ 10.68 କୋଟି ରହିଥିବାବେଳେ, ଜାନୁଆରୀ 2021 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହିପରି, 1.52 କୋଟିରେ ଏଲଡିଏସ ଇଣ୍ଡୋର ଷ୍ଟାଡିୟମରେ ଜିମ୍ନାଜିମ ହଲ୍ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ମାର୍ଚ୍ଚ 2021 ସୁଦ୍ଧା ଶେଷ ପାଇଁ ଧାର୍ଯ୍ୟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ