ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ବିଭିନ୍ନ ପ୍ରକାର ଯୋଗ ଆସନ ମଧ୍ୟ କରିଛନ୍ତି ରିଜିଜୁ । ଏନେଇ ଏକ ଭିଡିଓ ଟ୍ବିଟର ପେଜରେ ପୋଷ୍ଟ କରିଛନ୍ତି ।
କୋରୋନା ମୁକାବିଲାରେ ଯୋଗ ମହତ୍ତ୍ବପୂର୍ଣ୍ଣ: କିରଣ ରିଜିଜୁ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ସେପ୍ଟେମ୍ବର 27, 2014ରେ ମିଳିତ ଜାତିସଂଘ ପରିଷଦରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ରଖିଥିଲେ ।
ଏଥିସହିତ ଦେଶ ମହାମାରୀ କୋରୋନା ଭାଇରସ ସହ ଦେଶ ଲଢୁଥିବାବେଳେ, ବର୍ତ୍ତମାନ ସମୟରେ ଏହାର ଅଧିକ ଗୁରୁତ୍ବ ରହିଛି ବୋଲି ସେ କହିଛନ୍ତି ।
ସେପ୍ଟେମ୍ବର 27, 2014ରେ ମିଳିତ ଜାତିସଂଘ ପରିଷଦରେ ସମ୍ବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି, ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତାବ ରଖିଥିଲେ । ଏହାପରେ ମିଳିତ ଜାତିସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ 21ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ଅନୁମତି ମିଳିଥିଲା । ଉତ୍ତମ ସ୍ବାସ୍ଥ୍ୟ ଓ ନିରାମୟ ଜୀବନ ପାଇଁ ଜୁନ 21ରେ ପ୍ରତିବର୍ଷ ବିଶ୍ବ ତମାମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।