ଭୁବନେଶ୍ବର: ଆସାମର ଗୌହାଟୀରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ୟୁଥ ଗେମ୍ସର 3ୟ ସଂସ୍କରଣ । ଏହି ପ୍ରତିଯୋଗୀତାରେ ଦେଶର 28 ଟି ରାଜ୍ୟ ଓ 9ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 6,800 ଖେଳାଳି ଅଂଶଗ୍ରହଣ କରିଛନ୍ତି ।
ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଆ ଅମ୍ପାୟାର ରାଜନ - ଗୌହାଟୀରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସ
ଗୌହାଟୀରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ୟୁଥ ଗେମ୍ସର 3ୟ ସଂସ୍କରଣ । ହକି ଇଭେଣ୍ଟ ପରିଚାଳନା ଦାୟିତ୍ବ ଓଡିଶା ଯୁବ ଅମ୍ପାୟାର ରାଜନ ଏକ୍କା ମିଳିଛି । ଅଧିକ ପଢନ୍ତୁ...
![ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଆ ଅମ୍ପାୟାର ରାଜନ Khelo India Youth Games](https://etvbharatimages.akamaized.net/etvbharat/prod-images/768-512-5670431-thumbnail-3x2-wc.jpeg)
ଓଡିଆ ଅମ୍ପାୟାର ରାଜନ
ତେବେ ଏହି ସମ୍ମାନଜନକ ପ୍ରତିଯୋଗୀତାରେ ହକି ଇଭେଣ୍ଟର ପରିଚାଳନା ଦାୟିତ୍ବ ଓଡିଆ ଯୁବ ଅମ୍ପାୟାର ରାଜିନ ଏକ୍କାଙ୍କୁ ମିଳିଛି । ରାଜିନ ପୂର୍ବରୁ ଏକାଧିକ ଜାତୀୟ ତଥା ସର୍ବଭାରତୀୟ ହକି ମ୍ୟାଚରେ ପରିଚାଳନା ଦାୟିତ୍ବ ତୁଲାଇଛନ୍ତି । ହକି ପ୍ରତିଯୋଗୀତା ତୌଲାନା ମହମ୍ମଦ ତୟବୁଲ୍ଲା ହକି ଷ୍ଟାଡିୟମରେ ଜାନୁୟାରୀ 13ରୁ 21 ତାରିଖ ପର୍ଯ୍ୟନ୍ତ ଖେଳାଯିବ ।