ନୂଆଦିଲ୍ଲୀ:ହରିୟାଣାରେ ଅନୁଷ୍ଠିତ ହେବାକୁ ଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ(Khelo India Youth Games) ୨୦୨୧ ସ୍ଥଗିତ ହୋଇଛି। ଚଳିତ ବର୍ଷ ଫେବୃଆରୀ ୫ରୁ ୧୪ ମଧ୍ୟରେ ଏହି ମେଗା ଇଭେଣ୍ଟ ଆୟୋଜନ ନେଇ ସୂଚୀ ରହିଥିଲା । ଏନେଇ ମଙ୍ଗଳବାର ସ୍ପଷ୍ଟ କରିଛି ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ(SAI) । ଦେଶରେ ବର୍ତ୍ତମାନ ଥିବା COVID-19 ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ଏହାମଧ୍ୟ ପଢନ୍ତୁ: IPL Title Sponsor: ହଟିଲା VIVO, ଏଣ୍ଟ୍ରି ମାରିଲା TATA Group
ପୂର୍ବରୁ ଏହି ମେଗା ଇଭେଣ୍ଟ ନଭେମ୍ବର-ଡିସେମ୍ବର ୨୦୨୧ରେ ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଭାରତରେ COVID-୧୯ ର ତୃତୀୟ ଲହର ଭୟ ଯୋଗୁଁ ଫେବୃଆରୀକୁ ସ୍ଥଗିତ ହୋଇଥିଲା । ତେବେ COVID-19 ମହାମାରୀ ଦୈନିକ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଯୋଗୁଁ ଏହି କ୍ରୀଡା ଇଭେଣ୍ଟକୁ ପୁନଃସ୍ଥଗିତ କରାଯାଇଛି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୫ଟି ସହରରେ ଅନୁଷ୍ଠିତ ହେବ- ପଞ୍ଚକୁଲା, ଅମ୍ବାଲା, ଚଣ୍ଡିଗଡ, ଶାହାବାଦ ଓ ଦିଲ୍ଲୀ । ପ୍ରାୟ ୧୦,୦୦୦ ଆଥଲେଟ୍ ୨୫ଟି ଭିନ୍ନ ଖେଳରେ ଅଂଶଗ୍ରହଣ କରିବା ନେଇ ସୂଚୀ ରହିଛି ।
ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଗତ ସଂସ୍କରଣ ଆସାମର ଗୌହାଟୀରେ ଜାନୁଆରୀ ୨୦୨୦ରେ ଆୟୋଜିତ ହୋଇଥିଲା । ଦେଶରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଏହି ଇଭେଣ୍ଟ ପାଇଁ ନୂଆ ତାରିଖ ଘୋଷଣା ହେବ । ଆୟୋଜକ ହରିୟାଣା ୨୦୧୮ରେ ଖେଳାଯାଇଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ପ୍ରଥମ ସଂସ୍କରଣର ବିଜେତା ରହିଥିଲା ।
ANI