ଓଡିଶା

odisha

ETV Bharat / sports

Khelo India 2023: 30 ପଦକ ସହ ନବମରେ ଓଡିଶା, ମହାରାଷ୍ଟ୍ର ବିଜେତା - ଖେଲୋ ଇଣ୍ଡିଆ ୟୁଥ ଗେମ୍ସ 2023

ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ପଞ୍ଚମ ସଂସ୍କରଣ ଶେଷ ହୋଇଛି । ସମସ୍ତ ଇଭେଣ୍ଟରେ ଓଡିଶା ମୋଟ 30ଟି ପଦକ ହାତେଇବା ସହ ଟେବୁଲର ନବମ ସ୍ଥାନରେ ରହିଛି । ଅଧିକ ପଢନ୍ତୁ

khelo india youth games 2023
Khelo India 2023

By

Published : Feb 12, 2023, 1:03 PM IST

ଭୁବନେଶ୍ବର:ମଧ୍ୟପ୍ରଦେଶ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ପଞ୍ଚମ ସଂସ୍କରଣ ଶେଷ ହୋଇଛି । ଜାନୁଆରୀ 30ରୁ ଏହି ଗେମ୍ସ ଆରମ୍ଭ ହୋଇଥିଲା । ସମସ୍ତ ଇଭେଣ୍ଟରେ ଓଡିଶା 30 ପଦକ ହାତେଇ ନବମ ସ୍ଥାନରେ ରହିଛି । ମହାରାଷ୍ଟ୍ର ବିଜେତା ହୋଇଥିବା ବେଳେ ହରିୟାଣା ଦ୍ବିତୀୟ ସ୍ଥାନରେ ରହିଛି । ଆୟୋଜକ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ରହିଥିବାବେଳେ ଶେଷ ସ୍ଥାନରେ ପଞ୍ଜାବ ରହିଛି ।

ଭାରତର ଯୁବ ଅଲମ୍ପିକ୍ସ ଭାବେ ପରିଗଣିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ପଞ୍ଚମ ସଂସ୍କରଣ 13 ଦିନ ଧରି ଚାଲିଥିଲା । ମୋଟ 36ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ 6 ହଜାର ଆଥଲେଟ ଏଥିରେ ଅଶଂଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସର୍ବାଧିକ 56ଟି ସ୍ବର୍ଣ୍ଣ, 55ଟି ରୌପ୍ୟ ଓ 50ଟି ବ୍ରୋଞ୍ଚ ପଦକକୁ ମିଶାଇ 161 ପଦକ ସହ ବିଜେତା ହୋଇଛି ମହାରାଷ୍ଟ୍ର । ହରିୟାଣା 128 ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି । ଆୟୋଜକ ମଧ୍ୟପ୍ରଦେଶ 96 ପଦକ ସହ ତୃତୀୟ ସ୍ଥାନରେ ରହିଛି । ଓଡିଶା 11 ସ୍ବର୍ଣ୍ଣ, 8 ରୌପ୍ୟ ଓ 11ଟି ବ୍ରୋଞ୍ଚ ପଦକ ସହ ମୋଟ 30 ପଦକ ହାସଲ କରି ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଦିଲ୍ଲୀ 64 ପଦକ ସହ ଚତୁର୍ଥ ସ୍ଥାନରେ ରାଜସ୍ଥାନ 48 ପଦକ ସହ ପଞ୍ଚମ ସ୍ଥାନରେ ରହିଛି । ପଞ୍ଜାବ ଶେଷ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Border Gavaskar Trophy: ରାହୁଲଙ୍କ ଫର୍ମ ନେଇ ସମାଲୋଚନା କଲେ ଭେଙ୍କଟେଶ ପ୍ରସାଦ

ପ୍ରତିଯୋଗିତାରେ ମହାରାଷ୍ଟ୍ରର ଜୟବୀର ମୋତୱାନୀ ଏବଂ ପଞ୍ଜାବର ଜସନୁର କୌର ଯଥାକ୍ରମେ ଦ୍ରୁତତମ ବାଳକ ଓ ବାଳିକା ସନ୍ତରଣକାରୀ ବିବେଚିତ ହୋଇଛନ୍ତି । ପ୍ରତିଯୋଗିତାରେ ମୋଟ 12 ଆଥଲେଟଙ୍କ ଦ୍ବାରା ମୋଟ 25 ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ଓଡିଶା ପାଇଁ ସବୁଠୁ ଅଧିକ ପଦକ କାନୋଇଂରୁ (11)ପଦକ ଆସଥିବା ବେଳେ ଦୌଡରୁ 7, ରୋଇଂ ଓ ଭାରତ୍ତୋଳନରେ 4 ଲେଖାଏଁ ପଦକ ଆସିଛି । ହକିରେ ରୌପ୍ୟ ପଦକ ମିଳିଥିବାବେଳେ ମିଳିତ ଟେନିସରେ ସ୍ବର୍ଣ୍ଣ ପଦକ ମିଳିଛି ।

ଉଦଘାଟନୀ ଉତ୍ସବରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ମଧ୍ୟପ୍ରଦେଶ ରାଜ୍ୟ କ୍ରୀଡାମନ୍ତ୍ରୀ ଯଶୋଧାର ରାଧେ ସିନ୍ଧିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜାନୁଆରୀ ୩୦ ତାରିଖରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ରାଜ୍ୟର ୯ଟି ସହରରେ ହୋଇଥିଲା । ଯେଉଁଥିରେ ଭୋପାଳ, ଇନ୍ଦୋର, ଜବଲପୁର, ମଣ୍ଡଲା, ବାଲାଘାଟ, ଉଜ୍ଜୈନ, ଗ୍ବାଲିୟର ଏବଂ ମହେଶ୍ବର ସାମିଲ ରହିଥିଲା।

ABOUT THE AUTHOR

...view details