ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ: ଜାଣନ୍ତୁ ପୁରା ତଥ୍ୟ - khelo india university game

ଭାରତ ସରକରାଙ୍କ କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏହି ସର୍ବବୃହତ କ୍ରୀଡା ମହାକୁମ୍ଭକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂଧ୍ୟା 6ଟାରେ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନ କରାଯିବ । ଅଧିକ ପଢନ୍ତୁ....

khelo-india-university-games-kick-starts-from-today
ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ; ଜାଣନ୍ତୁ ପୁରା ତଥ୍ୟ

By

Published : Feb 22, 2020, 10:47 AM IST

ହାଇଦ୍ରାବାଦ: ଆଜି ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା । ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏହି ସର୍ବବୃହତ କ୍ରୀଡା ମହାକୁମ୍ଭକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂଧ୍ୟା 6ଟାରେ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନ କରାଯିବ ।

ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜଜୁ । ସେହିପରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ତେବେ ଏହି ସମାରୋହ ଉତ୍ସବ ସାଧାରଣ ଦର୍ଶକଙ୍କ ପାଇଁ ଖୋଲା ରହିବ ନାହିଁ ।

ତେବେ କଟକ ସମେତ ଭୁବନେଶ୍ବରର ଘରୋଇ ବିଶ୍ବବିଦ୍ୟାଳୟ କିଟ୍‌ ଗ୍ରାଉଣ୍ଡରେ ମଧ୍ୟ କିଛି ମ୍ୟାଚ ଖେଳାଯିବ । ବିଶାଳ ଧରଣର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ । ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ଏଥିରେ ନିଜ ନିଜର ନୃ୍ତ୍ୟ ପ୍ରଦର୍ଶନ କରିବେ । ଉଦ୍‌ଘାଟନୀ ଉତ୍ସବରେ ଦେଶର 159 ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ । ମୋଟ୍‌ 17 ଇଭେଣ୍ଟରେ ପ୍ରତିଯୋଗିତା ଖେଳାଯିବ । କଟକର ଇନଡୋର ଷ୍ଟାଡିୟମରେ ୨ଟି ଇଭେଣ୍ଟ ଖେଳାଯିବାବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କିଟ୍‌ ସମେତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବଳକା ଇଭେଣ୍ଟ ହେବ ।

ଅନ୍ୟପଟେ ଉଦଘାଟନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କ ଗହଳି ଲାଗିବ । କଣ୍ଠଶିଳ୍ପୀ ସୋନା ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ରାମ ସମ୍ପଥଙ୍କ ଟ୍ରୁପ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଖ୍ୟାତନାମା କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ଙ୍କ ଡ୍ୟାନ୍ସଗ୍ରୁପ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ।

ତେବେ 10 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 3343 ଖେଳାଳି ଭାଗ ନେଉଛନ୍ତି । ଯେଉଁଠି ଓଡ଼ିଶାର 5 ବିଶ୍ବବିଦ୍ୟାଳୟରୁ 147 ପ୍ରତିଯୋଗୀ ଭାଗ ନେବେ । କିଟରୁ ସର୍ବାଧିକ 100 ଜଣ ପ୍ରତିଯୋଗୀ ରହିଥିବାବେଳେ ବାକି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details