କଟକ: ଶେଷ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଫ୍ରେବୃଆରୀ 22 ରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତା ଆଜି ଶେଷ ହୋଇଛି । ଶେଷ ଦିନରେ ଟେବୁଲ ଟେନିସ ପ୍ରତିଯୋଗିତାର ମହିଳା ବର୍ଗରେ ମାଡ୍ରାସ ଓ ପୁରୁଷ ବର୍ଗରେ ଚିତ୍କାରା ବିଶ୍ବବିଦ୍ୟାଳୟ ହାତେଇଛନ୍ତି ସ୍ବର୍ଣ୍ଣପଦକ ।
ଖେଲୋ ଇଣ୍ଡିଆ ବିଶ୍ବବିଦ୍ଯାଳୟ କ୍ରୀଡା: ଇଣ୍ଡୋର ଷ୍ଟାଡିୟମରେ ଶେଷ ଇଭେଣ୍ଟ - ଇଣ୍ଡୋର ଷ୍ଟାଡିୟମରେ ଶେଷ ଇଭେଣ୍ଟ
ଶେଷ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଫ୍ରେବ୍ରୁଆରୀ 22 ରୁ ଆରମ୍ଭ ହୋଇଥିବା ଏହି ମେଗା ପ୍ରତିଯୋଗିତା ଆଜି ଶେଷ ହୋଇଛି ।
ଖେଲୋ ଇଣ୍ଡିଆ ବିଶ୍ବବିଦ୍ଯାଳୟ କ୍ରୀଡା
ସେହିପରି ମହିଳା ବିଭାଗରେ ଦିଲ୍ଲୀକୁ ରୌପ୍ୟ ଓ ଏସ.ଆର.ଏମ ଏବଂ ଓସମାନିଆ ବିଶ୍ବ ବିଦ୍ୟାଳୟକୁ ଯୁଗ୍ମ ଭାବେ ବ୍ରୋଞ୍ଚ ପ୍ରଦକ ମିଳିଛି । ପୁରୁଷ ବିଭାଗରେ ଓସମାନିଆକୁ ରୌପ୍ୟ ଏବଂ ମାଡ୍ରାସ ଓ ନର୍ଥ ବେଙ୍ଗଲ ଟିମ ଯୁଗ୍ମ ଭାବେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ତେବେ ୪ ଦିନ ଧରି ଚାଲିଥିବା ଏହି ଟେବୁଲ ଟେନିସ ପ୍ରତିଯୋଗିତାରେ ଭାଗ ନେଇଥିଲେ ୧୬ଟି ବିଶ୍ବବିଦ୍ୟାଳୟ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ