ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ସ୍ବର୍ଣ୍ଣରେ ଚମକିଲେ ଦୂତୀ - 100 ମିଟର ଦୌଡରେ ସ୍ବର୍ଣ୍ଣ ଜିତିଲେ ଦୂତୀ

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । ମହିଳା ବର୍ଗ 100 ମିଟର ଦୌଡ ଇଭେଣ୍ଟରେ ଓଡିଆ ଝିଅ ଦୂତୀ ଚାନ୍ଦ ଓଡିଶାକୁ ଭେଟି ଦେଇଛନ୍ତି ଆଉ ଏକ ସ୍ବର୍ଣ୍ଣ ।

Khelo India University Games 2020
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା

By

Published : Feb 29, 2020, 6:53 PM IST

Updated : Feb 29, 2020, 8:34 PM IST

ଭୁବନେଶ୍ବର: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦମ ଦେଖାଇଲେ ଦୌଡରାଣୀ ଦୂତୀ । ମହିଳା ବର୍ଗ 100 ମିଟର ଦୌଡ ଇଭେଣ୍ଟରେ ଓଡିଆ ଝିଅ ଦୂତୀ ଚାନ୍ଦ ଓଡିଶାକୁ ଭେଟି ଦେଇଛନ୍ତି ଆଉ ଏକ ସ୍ବର୍ଣ୍ଣ ।

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ସ୍ବର୍ଣ୍ଣରେ ଚମକିଲେ ଦୂତୀ

କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ 100 ମିଟର ଦୌଡ ଇଭେଣ୍ଟରେ ଭାଗ ନେଇଥିଲେ ଦୂତୀ । ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦୂତୀ ନିଜର ପୂର୍ବ ୟୁନିଭରସିଟି ରେକର୍ଡ ଭାଙ୍ଗିବା ସହ, ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 100 ମିଟର ଦୌଡ ଇଭେଣ୍ଟରେ ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ରୀଡାରେ ଦୂତୀଙ୍କର ବ୍ୟକ୍ତିଗତ ରେକର୍ଡ ରହିଥିଲା 11.58 । ତେବେ କଳିଙ୍ଗ ଷ୍ଟାଡିୟମରେ 11.49 ସେକେଣ୍ଡରେ ପହଞ୍ଚି ନିଜ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ କରିଛନ୍ତି ।

ଏ ନେଇ ଇଟିଭି ଭାରତରେ ପ୍ରତିକ୍ରିୟା ରଖିଛନ୍ତି ଓଡିଶାର ତାରକ ଧାବିକା ଦୂତୀ ଚାନ୍ଦ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମହତ୍ତ୍ବ ଓ ନିଜର ପରବର୍ତ୍ତୀ ପ୍ରସ୍ତୁତି କଣ ରହିଛି ସେ ବିଷୟରେ କହିଛନ୍ତି ଦୂତୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Feb 29, 2020, 8:34 PM IST

ABOUT THE AUTHOR

...view details