ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା: ଶୀର୍ଷରେ ସାବିତ୍ରୀବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ - ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ପଏଣ୍ଟ ତାଲିକା

ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର 4ର୍ଥ ଦିନ ଶେଷ ସୁଦ୍ଧା ପୁନେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ 7ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସହ ମୋଟ 14 ଟି ପଦକ ହାସଲ କରି ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି ।

Khelo India University Games 2020
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା

By

Published : Feb 26, 2020, 3:41 AM IST

ଭୁବନେଶ୍ବର: ଓଡ଼ିଶାରେ ଖେଳାଯାଉଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମଙ୍ଗଳବାର ଥିଲା 4ର୍ଥ ଦିନ । କେନ୍ଦ୍ର କ୍ରୀଡାମନ୍ତ୍ରାଳୟ ପକ୍ଷରୁ ବିଶ୍ବବିଦ୍ୟାଳୟସ୍ତରରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ, ଅନେକ ଇଭେଣ୍ଟ ଏହା ଭିତରେ ଶେଷ ହୋଇଛି ।

ଫଟୋ ସୌଜନ୍ୟ: twitter@kheloindia

4ର୍ଥ ଦିନ ଶେଷ ସୁଦ୍ଧା ପୁନେର ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହିଛି । ଏହାର ଛାତ୍ରଛାତ୍ରୀମାନେ 7ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସହ ମୋଟ 14ଟି ପଦକ ହାସଲ କରି ଶୀର୍ଷରେ ରହିଛନ୍ତି ।

ଫଟୋ ସୌଜନ୍ୟ: twitter@kheloindia

ସେହିପରି ପଞ୍ଜାବ ବିଶ୍ବବିଦ୍ୟାଳୟ 6ଟି ସ୍ବର୍ଣ୍ଣ, 7ଟି ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ହାସଲ କରି ପଏଣ୍ଟ ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ରହିଛି ବେଙ୍ଗାଲୁରୁର ଜୈନ ବିଶ୍ବବିଦ୍ୟାଳୟ । 6ଟି ସ୍ବର୍ଣ୍ଣ, 5ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଚ ପଦକ ସହ ମୋଟ12 ଟି ପଦକ ହାସଲ କରିଛି ଜୈନ ବିଶ୍ବବିଦ୍ୟାଳୟ । 4ର୍ଥ ସ୍ଥାନରେ ଗୁରୁନାନକ ଦେବ ବିଶ୍ବବିଦ୍ୟାଳୟ ଓ 5ମ ସ୍ଥାନରେ ପଞ୍ଜାବ ବିଶ୍ବବିଦ୍ୟାଳୟ ପଟିଆଲା(ପିବି) ରହିଛି ।

ଫଟୋ ସୌଜନ୍ୟ: twitter@kheloindia

ଏହି ପ୍ରତିଯୋଗୀତାରେ ଓଡିଶା ଏପର୍ଯ୍ୟନ୍ତ କୌଣସି ମେଡାଲ ହାସଲ କରି ନଥିବାବେଳେ ବୁଧବାରର ମ୍ୟାଚରୁ କିଛିଟା ପଦକ ଜିତିବାର ସୁଯୋଗ ଥିବା ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details