କଟକ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫେରନ୍ସ ଜରିଆରେ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆରମ୍ଭ ହେଲା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ।
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ: ଭିଡିଓ କନଫେରନ୍ସରେ ଉଦଘାଟନ କଲେ ମୋଦି - କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ
17:45 February 22
କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ ଉଦଘାଟନ ଅବସରରେ ଉପସ୍ଥିତ ଥିଲେ ।
ପ୍ରଥମେ ଦୌଡରାଣୀ ଦୂତୀଚାନ୍ଦ ଖେଲୋ ଇଣ୍ଡିଆର ଶପଥ ପାଠ କଲେ । ଓଡିଆ ପୁଅ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଏହି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ମସାଲ ଜାଳିଥିଲା ।
ଏହାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟରେ ଝୁମି ଉଠିଥିଲା ସମ୍ପୂର୍ଣ୍ଣ ଷ୍ଟାଡିୟମ । ଖାସ୍ କରି ଓଡିଶୀ ନୃତ୍ୟ ଓ ସମ୍ବଲପୁରି ଡାଲଖାଇ ନୃତ୍ୟରେ ଓଡିଶାର କଳାକୁ ପ୍ରତିନିଧିତ୍ବ କରିଥିଲେ କଳାକାରମାନେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ