ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ବିଜୟୀ ମନୋଜଙ୍କ ସଫଳତା ପଛର କାହାଣୀ

ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରୋତ୍ତୋଳକ ମନୋଜ କୁମାର ସାହୁ। ସେ ପୁରୁଷ ୭୩ କେଜି ଭାରୋତ୍ତୋଳନ ବିଭାଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି ।

khelo-india-gold-winner-manojs-story-behind-the-success
ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ବିଜୟୀ ମନୋଜଙ୍କ ସଫଳତା ପଛର କାହାଣୀ

By

Published : Feb 28, 2020, 12:23 PM IST

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶା ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରୋତ୍ତୋଳକ ମନୋଜ କୁମାର ସାହୁ। ସେ ପୁରୁଷ ୭୩ କେଜି ଭାରୋତ୍ତୋଳନ ବିଭାଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି ।

ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ବିଜୟୀ ମନୋଜଙ୍କ ସଫଳତା ପଛର କାହାଣୀ

ଏହି ଅବସରରେ ତାଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର ବେଳେ ସେ ନିଜ ପରିଶ୍ରମର ଫଳ ପାଇଥିବା କହିଛନ୍ତି । ନିଜ ପରିବାରର ସଦସ୍ୟମାନଙ୍କ ପ୍ରୋତ୍ସାହନ ଯୋଗୁ ସେ ଏହି ଖେଳ ପ୍ରତି ଆକୃଷ୍ଟ ହୋଇ ଥିବାବେଳେ ଆଗାମୀ ଦିନରେ ଜଣେ ଆନ୍ତର୍ଜାତୀୟ ଭାରୋତ୍ତୋଳକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ ସେ ଭାରାଉତ୍ତୋଳନ କ୍ଷେତ୍ରରେ ଓଡ଼ିଆ ପୁଅ ରବି କୁମାରଙ୍କ ପରି ହେବାକୁ ଚାହୁଁଥିବା କହିଛନ୍ତି । ଏଥିସହିତ ଏହି ବିଜୟର ଶ୍ରେୟ ସେ ନିଜ ପିତାମାତା, କୋଚ ଓ ପରିବାର ସଦସ୍ୟଙ୍କୁ ଦେବାକକୁ ଚାହାନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details