ଓଡିଶା

odisha

By

Published : Nov 13, 2020, 6:35 AM IST

ETV Bharat / sports

ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ପରେ ଗଲ୍ଫ ପଡ଼ିଆକୁ ଓହ୍ଲାଇଲେ କପିଲ ଦେବ

ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବାର ମାତ୍ର 7 ଦିନ ମଧ୍ୟରେ ଗଲ୍ଫ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି ପୂର୍ବତନ ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଳ ଦେବ। କ୍ରିକେଟ ପରେ ଗଲ୍ଫକୁ ଅଧିକ ଭଲ ପାଆନ୍ତି କପିଳ । ଅଧିକ ପଢ଼ନ୍ତୁ...

ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ପରେ ଗଲ୍ଫ ପଡ଼ିଆକୁ ଓହ୍ଲାଇଲେ କପିଲ ଦେବ
ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ପରେ ଗଲ୍ଫ ପଡ଼ିଆକୁ ଓହ୍ଲାଇଲେ କପିଲ ଦେବ

ନୂଆଦିଲ୍ଲୀ: ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ହେବାର ମାତ୍ର 7 ଦିନ ମଧ୍ୟରେ ଗଲ୍ଫ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି ପୂର୍ବତନ ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଳ ଦେବ। କ୍ରିକେଟ ପରେ ଗଲ୍ଫକୁ ଅଧିକ ଭଲ ପାଆନ୍ତି ସେ । ଗତ କିଛିଦିନ ତଳେ ଏହି 61 ବର୍ଷୀୟ କ୍ରିକେଟର ହୃଦଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଥିଲେ। ତେବେ କପିଳ ଦେବଙ୍କୁ କିଛିଦିନ ବିଶ୍ରାମ ନେବାକୁ କହିଥିଲେ ଡାକ୍ତର।

ଗୁରୁବାର ଦିନ କପିଲ ଦେବଙ୍କୁ ଦିଲ୍ଲୀ ଗଲ୍ଫ ପଡି଼ଆରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହାସହ କପିଲ ଦେବ ଚକିତ୍ସିତ ହେଉଥିବା ସମୟରେ ଶୀଘ୍ର ଗଲ୍ଫ ପଡି଼ଆକୁ ଫେରିବାକୁ ମନ ବଳାଇଥିଲେ। କିଛି ଦିନ ତଳେ ଏକ ଟ୍ବିଟରରେ ଏକ ଭିଡିଓ ସେୟାର କରି କପିଳ ଦେବ କହିଥିଲେ ଯେ, "ଗଲ୍ଫ କୋର୍ସ କିମ୍ବା କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିବା କେତେ ମଜାଦାର ତାହା ଶବ୍ଦରେ ପ୍ରକାଶ କରି ହେବନାହିଁ। ଗଲ୍ଫ ଖେଳ ପଡିଆକୁ ଫେରିବା, ମଜା କରିବା ଏବଂ ସାଙ୍ଗମାନଙ୍କ ସମୟ ବିତାଇବା ସବୁବେଳେ ମତେ ପସନ୍ଦ ରହି ଆସିଛି। ମୋ ପାଇଁ ଏହା ହିଁ ଜୀବନ।"

1994ରେ ଆନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ନେବା ପରେ କପିଲ ଲଗାତାର ଗଲ୍ଫ ଖେଳି ଆସୁଛନ୍ତି। ଏହାପରେ ସେ ଗଲ୍ଫର ଅନେକ ଇଭେଣ୍ଟରେ ମଧ୍ୟ ଭାଗ ନେଇଥିଲେ। ଜଣେ ଭଲ ଗଲ୍ଫ ଖେଳାଳି ଭାବେ ଏହି କ୍ରିକେଟର ବେଶ ପରିଚିତ।

ଗତ ମାସରେ କପିଳ ଦେବ ହୃଦଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଜରୁରୀକାଳୀନ ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରପଚାର ହୋଇଥିଲା। ଡାକ୍ତରଖାନାରେ ଦୁଇ ଦିନ ଡାକ୍ତରଙ୍କ ତତ୍ତ୍ବବଧାନରେ ରହିବା ପରେ ସେ ଘରକୁ ଫେରିଥିଲେ। ଏହାପରେ ସୋସିଆଲ ମିଡିଆରେ ନିଜ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେବେ ସହ ପ୍ରଂଶସକକୁ ଧନ୍ୟବାଦ ଦେଇଥିଲେ । 1983 ମସିହାରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ବିଶ୍ବକପ ବିଜୟୀ ହୋଇ ପାରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details