ହାଇଦ୍ରାବାଦ:କବାଡି ଖେଳାଳିଙ୍କ ପ୍ରତି ଦାୟିତ୍ବହୀନ କାର୍ଯ୍ୟ । ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ପରଷା ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଖେଳାଳିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶୌଚାଳୟରେ ରଖାଯିବା ସହିତ ସେମାନଙ୍କୁ ସେହି ଖାଦ୍ୟ ପରଷା ଯାଉଛି । କେହି କିଛି ପ୍ରତିବାଦ ନ କରି ଚୁପ ଚାପ ଖାଦ୍ୟ ଗ୍ରହଣ କରିବାରେ ଲାଗିଛନ୍ତି । ସେହି ଭିଡିଓରେ ଖାଦ୍ୟ ପରଷା ଯିବାର ଦୃଶ୍ୟ ଥିବା ସହିତ ପୁରୁଷ ଟଏଲେଟକୁ ମଧ୍ୟ ଦେଖାଯାଇଛି । ତେବେ ଏହି ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ତେବେ ଏହି ଘଟଣା ସେତେବେଳେ ସମସ୍ତଙ୍କ ନଜରକୁ ଆସିଥିଲା ଯେତେବେଳେ କବାଡି ଟୁର୍ଣ୍ଣାମେଣ୍ଟର ଜଣେ ଖେଳାଳି ଦ୍ବାରା ସେହି ସମୟର ଦୃଶ୍ୟକୁ ମୋବାଇଲେ କଏଦ କରାଯାଇଥିଲା । ଏହା ପରେ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ନଜର ଆସିଛି ଖେଳାଳି ମାନଙ୍କ ପାଇଁ ତିଆରି ହୋଇଥିବା ରନ୍ଧା ଖାଦ୍ୟକୁ ଏକ ଶୌଚଳାୟରେ ରଖାଯାଇ ଖାଦ୍ୟ ପରଷା ଯାଉଥିଲା ।
ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ରଖି ପରଷା ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଅନୁରାଗ ଠାକୁର - ଶୌଚାଳୟରେ ଖେଳାଳିଙ୍କ ଖାଦ୍ୟ
କବାଡି ଖେଳାଳିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଶୌଚାଳୟରେ ରଖାଯିବା ସହିତ ସେମାନଙ୍କୁ ପରଷା ଯାଇଛି (kabaddi players served food inside the toilet ) । ଉତ୍ତର ପ୍ରଦେଶର ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସହାରନପୁର କ୍ଷେତ୍ରୀୟ ଖେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ପଢନ୍ତୁ
ତେବେ ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସଙ୍କଠାରେ କ୍ଷୋଭ ପ୍ରକାଶ ପାଇଛି । କ୍ରୀଡା ଆୟୋଜକଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିଛନ୍ତି । ତେବେ ଏହି ଘଟଣା ସମସ୍ତଙ୍କ ସାମ୍ନାକୁ ଆସିବା ପରେ ସହାରନପୁର କ୍ଷେତ୍ରୀୟ ଖେଳ ଅଧିକାରୀ ଆନିମେଷ ସକ୍ସେନାକୁ ନିଲମ୍ବିତ କରାଯାଇଛି । ଏହା ସହିତ କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ( Union Sports Minister Anurag Thakur ) ଏହି ଘଟଣାରେ ସମ୍ପୃକ୍ତ ଥିବା ଆୟୋଜକ ଏବଂ ଅଧିକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହାରନପୁର ଜିଲ୍ଲା ମାଜିଷ୍ଟ୍ରେଟ ତରଫରୁ ଏହି ଘଟଣା ବାବଦରେ ଅଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ତିନି ଦିନି ମଧ୍ୟରେ ଏହାର ରିପୋର୍ଟ ଦେବାକୁ କୁହାଯାଇଛି ।
ସେପ୍ଟେମ୍ବର ୧୬ ତାରିଖରେ ଉତ୍ତରପ୍ରଦେଶ (stadium in Uttar Pradesh’s Saharanpur ) ସହାରନପୁର ବିଆର ଆମ୍ବେଦକର ଷ୍ଟାଡିୟମରେ ରାଜ୍ୟସ୍ତରୀୟ ସବ ଜୁନିୟର କବାଡ୍ଡି ଟୁର୍ଣ୍ଣାମେଣ୍ଟ ପାଇଁ ଆୟୋଜନ କରାଯାଇଥିଲା । କବାଡି ଖେଳାଳି ମାନଙ୍କୁ ୧୬ ସେପ୍ଟେମ୍ବରରେ ଖାଦ୍ୟ ପରଷା ଯାଇଥିଲା । ଯେଉଁଥିରେ କିଛି ଖେଳାଳି ଅଭିଯୋଗ କରିଥିଲେ କି ସେମାନଙ୍କୁ ଭାତ ସମ୍ପୂର୍ଣ୍ଣ ଭାବରେ ହୋଇନଥିଲା । ଅଳ୍ପ କଞ୍ଚା ରହିଥିଲା ଭାତ । ଖେଳାଳି ମାନେ ଏହା ମଧ୍ୟ ଅଭିଯୋଗ କରିଥିଲେ କି ତାଙ୍କୁ ଯେଉଁ ଭାତ ଦିଆଯାଇଥିଲା ତାହା ଏକ ଶୌଚାଳୟରେ ରଖା ଯାଇଥିଲା ଏବଂ ଏହା ସହିତ କିଛି ପୁରୀ ମଧ୍ୟ ଶୌଚାଳୟରେ ରଖାଯାଇଥିଲା । ତେବେ ଏଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିବା ପରେ କ୍ରୀଡା ମହଲରେ ହଇଚଇ ସୃଷ୍ଟି ହୋଇଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିଛନ୍ତି ।