ଓଡିଶା

odisha

ETV Bharat / sports

ଆଜିଠାରୁ କନିଷ୍ଠ ପୁରୁଷ ହକି ବିଶ୍ବକପ, ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ମ୍ଯାଚ୍‌ - ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ପ୍ରଥମ ମ୍ଯାଚ

କନିଷ୍ଠ ପୁରୁଷ ହକି ବିଶ୍ବକପର ଆଜି ଉଦଘାନି ମ୍ୟାଚ । ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 5, 2023, 9:23 AM IST

କ୍ବାଲାଲୁମ୍ପୁର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କନିଷ୍ଠ ପୁରୁଷ ହକି ବିଶ୍ବକପ । ମାଲାସିଆର ବୁକିତ ଜଲିଲଠାରେ ଆଜି ଉଦଘାଟନି ମ୍ୟାଚ ଖେଳାଯିବ । ଗ୍ରୁପ ସିରେ ସ୍ଥାନ ପଇଥିବା ଭାରତ ଦକ୍ଷିଣ କୋରିଆ ବିପକ୍ଷରେ ମ୍ୟାଚ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଅଧିନାୟକ ଉତ୍ତମ ସିଂଙ୍କ ନେତୃତ୍ବରେ ପଡିଆକୁ ଓହ୍ଳାଇବ ଭାରତ । ପ୍ରଥମ ମ୍ୟାଚରେ କୋରିଆକୁ ମାତ ଦେବାକୁ ଦଳ ଲକ୍ଷ୍ୟ ରଖିଛି । ଆଜି ଅପରାହ୍ନ 3ଟା 30ରେ ଏହି ମ୍ୟାଚ ଖେଳାୟିବ ।

ଏହା ମଧ୍ୟ ପଢନ୍ତୁ- କନିଷ୍ଠ ମହିଳା ହକି ବିଶ୍ବକପ; ବେଲଜିୟମଠୁ ହାରିଲା ଭାରତ

ଯଦି ପୂର୍ବ ଇତିହାସକୁ ଦେଖାଯାଏ ତେବେ, ଦକ୍ଷିଣ କୋରିଆ ବିପକ୍ଷରେ ଭାରତର ପଲ୍ଲା ଭାରି ରହିବ । ଏହି ଦୁଇ ଦଳ ପରସ୍ପରକୁ 6 ଥର ଭେଟିଛନ୍ତି । ଭାରତ ତିନୋଟିରେ ବିଜୟୀ ହୋଇଥିବା ବେଳେ କୋରିଆ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିଲା । ବାକି 2ଟି ମ୍ୟାଚ୍‌ ଡ୍ର' ରହିଥିଲା । କନିଷ୍ଠ ପୁରୁଷ ହକି ଏସିଆ କପ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ଏଥିରେ ଭାରତ 9-1 ଗୋଲରେ ବିଜୟୀ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ମଧ୍ୟ ଭାରତର ସପକ୍ଷରେ ରହିବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ କୋରିଆକୁ ହରାଇ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ସେପଟେ କୋରିଆ ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ଜୋରଦାର ଉଦ୍ୟମ କରିବ ।

ଏହା ମଧ୍ୟ ପଢନ୍ତୁ- ଟି୨୦ ବିଶ୍ବକପ୍‌ରେ ଭାରତ ପାଇଁ କିଏ ଆରମ୍ଭ କରିବ ପାଳି ? BCCI ଆଗରେ ଏକାଧିକ ବିକଳ୍ପ

ଗ୍ରୁପ ସି'ରେ ରହିଛନ୍ତି ଭାରତ, ଦକ୍ଷିଣ କୋରିଆ, ସ୍ପେନ ଓ କାନାଡା । ଆସନ୍ତା ଡିସେମ୍ବର 7 ଓ 9 ତାରିଖରେ ସ୍ପେନ୍‌ ଓ କାନାଡାକୁ ଭାରତ ଭେଟିବ । 18 ଜଣିଆ ଭାରତୀୟ ଦଳରେ 4 ଓଡ଼ିଆ ଖେଳାଳି ରହିଛନ୍ତି । ସୁଦିପ ଚିରମାକୋ, ଅମନଦୀପ ଲାକ୍ରା, ସୁନୀଲ ଜୋଜୋ ଓ ସୁନୀଲ ଲାକ୍ରା । ମୋଟ 16ଟି ଦଳ କନିଷ୍ଠ ପୁରୁଷ ହକି ବିଶ୍ବକପରେ ଭାଗ ନେଇଛନ୍ତି ।

ପୁଲ ଏ'- ଚିଲି, ମାଲେସିଆ, ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା

ପୁଲ ବି'- ଫ୍ରାନ୍ସ, ଇଜିପ୍ଠ, ଜର୍ମାନୀ ଓ ଦକ୍ଷିଣ ଆଫ୍ରିକା

ପୁଲ ସି'-ଭାରତ, ଦକ୍ଷିଣ କୋରିଆ, ସ୍ପେନ ଓ କାନାଡା

ପୁଲ ଡି'- ନେଦରଲାଣ୍ଡ୍ସ, ବେଲଜିୟମ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ

ABOUT THE AUTHOR

...view details