ନୂଆଦିଲ୍ଲୀ: ବିଶ୍ବ ନମ୍ବର ୧ ପ୍ରମୋଦ ଭଗତଙ୍କ ବିଜୟୀ ପ୍ରଦର୍ଶନ ଜାରି । ସଦ୍ୟ ସମାପ୍ତ ସ୍ପାନିସ ପାରା ବ୍ୟାଡ୍ମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ନାମେଣ୍ଟରେ ପ୍ରମୋଦ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାତେଇଛନ୍ତି । ବିଶ୍ବ ପାରାବ୍ୟାଡ୍ମିଣ୍ଟନ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ସୁକାନ୍ତ କଡମ ମଧ୍ୟ ଏହି ଟୁର୍ନାମେଣ୍ଟରେ ଗୋଟିଏ ବ୍ରୋଞ୍ଜ ବିଜୟ ସହ ଅଭିଯାନ ଶେଷ କରିଛନ୍ତି ।
ପଦ୍ମଶ୍ରୀ ପୁରସ୍କାର ବିଜେତା ବିଶ୍ବ ନମ୍ବର ୨ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ଠାରୁ ୯-୨୧, ୧୩-୨୧ ସିଧାସଳଖ ସେଟ୍ରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚ୍ ପ୍ରାୟ ୩୯ ମିନିଟ ଯାଏଁ ଖେଳାଯାଇଥିଲା । ବିଜୟ ପାଇଁ ପ୍ରମୋଦ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପ୍ରମୋଦଙ୍କ ମିକ୍ସ ଡବଲ୍ସ ପାର୍ଟନର ପଲକ କୋହଲି ମଧ୍ୟ ଅନ୍ୟ ଏକ ଭାରତୀୟ ଯୋଡି ରୁତିକ ରଘୁପତି ଓ ମାନସୀ ଗିରିଶଚନ୍ଦ୍ର ଜୋଷୀଙ୍କ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।