ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ(Gold) ପଦକ । ୬୭ କେଜି ଭାରୋତ୍ତୋଳନ ଇଭେଣ୍ଟରେ(Weight Lifting Event) ଜେରେମି ଲାଲରିନୁଙ୍ଗା ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ଫାଇନାଲ୍ ରାଉଣ୍ଡରେ ୩୦୦ କେଜି ଉଠାଇ ଭାରତ ପାଇଁ ସୁନପୁଅ ପାଲଟିଛନ୍ତି । ଏହାକୁ ମିଶାଇରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି ।
CWG 2022: ଭାରତ ଖାତାରେ ଦ୍ବିତୀୟ ସ୍ବର୍ଣ୍ଣ, ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା - ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଦେଲେ ଜେରେମି ଲାଲରିନୁଙ୍ଗା
ଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସ୍ବର୍ଣ୍ଣ ପଦକ । ୬୭ କେଜି ଭାରୋତ୍ତୋଳନ ଇଭେଣ୍ଟରେ ଜେରେମି ଲାଲରିନୁଙ୍ଗା (Jeremy Lalrinnunga)ଭାରତ ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢ଼ନ୍ତୁ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଡେବ୍ୟୁ ଇଭେଣ୍ଟ୍ରେ ପଦକ ଜିତିଛନ୍ତି ଜେରେମି ଲାଲରିନୁଙ୍ଗା । ପ୍ରଥମେ ସ୍ନାଚ୍ରେ ସେ ୧୪୦ ଭାରୋତ୍ତଳନ କରିଥିଲେ । ଏହାପରେ କ୍ଲିନ୍ ଓ ଜର୍କରେ ସେ ୧୬୦ କେଜି ଉଠାଇ ଚମ୍ପିଆନ୍ ହୋଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କ୍ଲିନ୍ ଓ ଜର୍କ ପ୍ରୟାସ ପୂର୍ବରୁ ଆହତ ହୋଇଯାଇଥିଲେ ଜେରେମି ଲାଲରିନୁଙ୍ଗା । ଏହାସତ୍ତ୍ବେ ସେ ୩ଟି ପ୍ରୟାସରେ ନିଜ କମାଲ ଦେଖାଇଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ବର୍ଗରେ ସ୍ନାଚ୍ରେ ୧୪୦ କେଜି ଉଠାଇ ରେକର୍ଡ କାୟମ କରିଛନ୍ତି ଜେରେମି ଲାଲରିନୁଙ୍ଗା । ଏହାକୁ ନେଇ ତାଙ୍କୁ ଜାତୀୟ କ୍ରୀଡ଼ା ପ୍ରାଧୀକରଣ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।