ଟୋକିଓ: ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥଲେଟଙ୍କୁ ମଙ୍ଗଳବାର ଠାରୁ ଟିକାଦାନ ଆରମ୍ଭ କରିଛି ଜାପାନ । ଏ ନେଇ ଜାପାନିଜ ଅଲମ୍ପିକ କମିଟି ପକ୍ଷରୁ ସୂଚନା ମିଳିଛି ।
ପ୍ରଥମ ଦିନରେ ଟ୍ରେନିଂ ସେଣ୍ଟରରେ 200 ଆଥଲେଟଙ୍କୁ ଟିକା ଦିଆଯାଇଥିବା ଜାପାନିଜ ଅଲମ୍ପିକ କମିଟି ସ୍ପଷ୍ଟ କରିଛି । ତେବେ କୌଣସି ଖେଳାଳିଙ୍କ ନାମ ସ୍ପଷ୍ଟ କରିନାହିଁ କମିଟି । ଏଥିସହ ଇଭେଣ୍ଟର ପ୍ରସାରଣ ମଧ୍ୟ ବାରଣ କରିଛି କମିଟି ।