ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଦୃଢ ସଂକଳ୍ପବନ୍ଧ ଜାପାନ: ୟୋସିହିଦେ ସୁଗା - ଟୋକିଓ ଅଲମ୍ପିକ ଆୟୋଜନ

2021 ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଦୃଢ ସଂକଳ୍ପବନ୍ଧ ଜାପାନ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ।

Japan committed to organizing Olympics next year says Suga
ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଦୃଢ ସଂକଳ୍ପବନ୍ଧ ଜାପାନ: ୟୋସିହିଦେ ସୁଗା

By

Published : Sep 26, 2020, 8:14 PM IST

ଟୋକିଓ: 2021 ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଦୃଢ ସଂକଳ୍ପବନ୍ଧ ଜାପାନ । ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା । ମାନବତାର ବିଜୟ ଭାବେ କୋରୋନା ମହାମାରୀ ସମୟରେ ଏହି କ୍ରୀଡା ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିବାକୁ ଜାପାନ ଲକ୍ଷ୍ୟ ରଖିଛି ।

ଆଇଓସି ସଭାପତି ଥୋମାସ ବାଚ

ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଶୁକ୍ରବାର ସୁଗା କହିଛନ୍ତି, " ଆସନ୍ତା ବର୍ଷ ଜାପାନ, ଟୋକିଓ ଅଲମ୍ପିକ୍ସ ଆୟୋଜନ ପାଇଁ ସଂକଳ୍ପବଦ୍ଧ ଓ ଏହା ଦ୍ବାରା ମାନବତା ମହାମାରୀକୁ ହରାଇଥିବା ସାବ୍ୟସ୍ତ କରାଇବାକୁ ଆଶାବାଦୀ ଅଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା

ଏଥିସହିତ ସେ କହିଛନ୍ତି, " ସୁରକ୍ଷା ଓ ସୁରକ୍ଷିତ ରହିବାକୁ ଥିବା ଖେଳରେ ସ୍ବାଗତ କରିବା ପାଇଁ କମ କରିବେ ନାହିଁ ।"

ଟୋକିଓ ଅଲମ୍ପିକ

ଟୋକିଓ ଅଲମ୍ପିକ୍ସ ଗେମ ଚଳିତ ବର୍ଷ ଜୁଲାଇରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ହେବାନେଇ ସୂଚୀ ରହିଥିଲା । ମାତ୍ର କୋରୋନା ମହାମାରୀ କାରଣରୁ ବିଶ୍ବ କ୍ରୀଡାର ମହାକୁମ୍ଭ ଏହି ଟୁର୍ଣ୍ଣାମେଣ୍ଟରୁ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି ମେଗା ଇଭେଣ୍ଟର ଆୟୋଜନ 23 ଜୁଲାଇରୁ 2021 ଅଗଷ୍ଟ ପର୍ଯ୍ୟନ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details