ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ଅଙ୍କିତା ରାଇନା ଓ ଜର୍ଜିଆର ଏକଟାରିନ ଗର୍ଗୋଜ ଆଇଟିଏଫ ମହିଳା ଟେନିସ ଟୁର୍ଣ୍ଣାମେଣ୍ଟର ଡବଲ୍ଡ ଟାଇଟେଲ ବିଜୟୀ ହୋଇଛନ୍ତି । ଏହି ଯୋଡି ସ୍ପେନର ସ୍ଳୋଭାନିଆର କାଜା ଜୁଭାନ ଓ ବୋଲସାଭା ଜଡୋଇନୋଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରିଛନ୍ତି ।
ଏକ ଘଣ୍ଟା 19 ମିନିଟ ଧରି ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଅଙ୍କିତା ଓ ଏକଟାରିନ ଯୋଡି 6-4, 3-6, 10-6 ସେଟରେ ଜୁଭାନ ଜଡୋଇନୋଭଙ୍କୁ ହରାଇଛନ୍ତି ।