ଭୁବନେଶ୍ବର:କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି 14 ବର୍ଷରୁ ଡେଭଲପମେଣ୍ଟ ଚମ୍ପିଆନସିପ । ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚମ୍ପିଆନସିପରେ ଚମ୍ପିଆନ ଓ ରନର ଅଫ ହୋଇଥିବା ଖେଳାଳିଙ୍କୁ ଉଦଯାପନୀ ସମାରୋହରେ ଟ୍ରଫି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଡେଭଲପମେଣ୍ଟ ଚମ୍ପିଆନସିପରେ କୋରିଆ ଟିମ୍ ବିଜେତା ହୋଇଥିବା ବେଳେ 14 ବର୍ଷରୁ କମ ବାଳକ ସିଙ୍ଗିଲ୍ସ ଇଭେଣ୍ଟରେ ଭାରତର ସିରିଫୁଲ ଶିବତେଜ ବାଲା ପ୍ରସାଦ ରନରଅଫରେ ସନ୍ତୁଷ୍ଟ ହୋଇଥିଲେ ।
ଓଡ଼ିଶା ଟେନିସ ଆସୋସିଏସନ୍ ତରଫରୁ ଗତ ଏପ୍ରିଲ 4 ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଡେଭଲପମେଣ୍ଟ ଚମ୍ପିଆନସିପ 2023 । 18ଟି ଦେଶର 14ଟି ଟିମର ପ୍ରତିଯୋଗୀ ମାନେ ଏଥିରେ ଭାଗ ନେଇଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିଜେତା ଟିମକୁ ଶୁଭେଚ୍ଛା ଜଣାଇବା ସହ ଟ୍ରଫି ପ୍ରଦାନ କରିଥିଲେ । 10 ଦିନ ଧରି ଏହି ପ୍ରତିଯୋଗିତା ଚାଲିଥିବା ବେଳେ ବାଳକ ଏକକ, ବାଳକ ଯୁଗଳ, ବାଳିକା ଏକକ, ବାଳିକା ଯୁଗଳ ବର୍ଗରେ ଖେଳାଯାଇଥିଲା । ଼
ଏହା ମଧ୍ୟ ପଢନ୍ତୁ-Y20 କନ୍ସଲଟେସନ୍ ସମ୍ମିଳନୀ ଉଦଘାଟିତ, ଶାନ୍ତ ସମୃଦ୍ଧ ବିଶ୍ୱ ଗଠନରେ ଯୁବପିଢିଙ୍କ ଗୁରୁଦାୟିିତ୍ୱ ରହିଛି କହିଲେ ଚୌବେ
ଏହି ପ୍ରତିଯୋଗିତାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଟେନିସ ଖେଳାଳି ମାନେ ଆଗକୁ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ମତ ରଖିଥିଲେ ମୁଖ୍ୟମନ୍ତ୍ରୀ । ଏଥର ଭାରତ ଦଳ ଭଲ ପ୍ରଦର୍ଶନ କରିଥିଲା କିନ୍ତୁ ଆଗାମୀ ଦିନରେ ଏହା ଠାରୁ ଭଲ ପ୍ରଦର୍ଶନ କରିବ । ଭାରତୀୟ ଖେଳାଳି ମାନେ କହିଛନ୍ତି, ଓଡିଶାରେ ଭଲ ଭିତ୍ତିଭୂମି ଅଛି ତେଣୁ ଭାରତ ପାଇଁ ଏହା ପ୍ରଯୁଜ୍ୟ ।
ଏହା ମଧ୍ୟ ପଢନ୍ତୁ-Hanuman Jayanti violence: ସମ୍ବଲପୁରରେ ଲାଗିଲା କର୍ଫ୍ୟୁ
ପ୍ରଥମ ଥର ପାଇଁ ଭାରତରେ ଏହି ଭଳି ଏକ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ହକି, ଫୁଟବଲ ଭଳି ଓଡ଼ିଶା ଆଗକୁ ଟେନିସରେ ମଧ୍ୟ ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ବୋଲି ଉଦଘାଟନୀ ସମୟରେ କହିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ସେଣ୍ଟରଟି ଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦ ସହରର ଥିବା ଭଳି ସେଣ୍ଟର କୋର୍ଟ ଠାରୁ ଉନ୍ନତ । ସେଣ୍ଟରରେ 15 ଶହ ଦର୍ଶକ ବସିବା କ୍ଷମତା ରହିଛି । ସେହିପରି ଖେଳାଳି ଓ ରେଫରିଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି । ଏଠାରେ ITFର ଡେଭିସ କପ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରିବ ।
ଇଟିଭି ଭାରତ, ଭୁବନେଶ୍ବର