ଲିଡସ: ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ତେବେ ଏକାଧିକ ଦେଶରେ ବିଭିନ୍ନ କ୍ଳବ ଅଭ୍ୟାସକୁ ଫେରୁଥିବା ଦେଖାଯାଉଛି । ତେବେ ଇଟାଲିରେ କ୍ରୀଡାଇଭେଣ୍ଟ ଫେରିବା ନେଇ ସବୁଜ ସଙ୍କେତ ଦେଇଛନ୍ତି କ୍ରୀଡାମନ୍ତ୍ରୀ ଭିନସେଞ୍ଜୋ ସ୍ପାଦାଫୋରା ।
କୋରୋନା ଭାଇରସ: କ୍ରୀଡା ଆରମ୍ଭ ନେଇ ଇଟାଲି କ୍ରୀଡାମନ୍ତ୍ରୀଙ୍କ ସଙ୍କେତ - ଇଟାଲିରେ କ୍ରୀଡାଇଭେଣ୍ଟ ଫେରିବ
ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ତେବେ ଏକାଧିକ ଦେଶରେ ବିଭିନ୍ନ କ୍ଳବ ଅଭ୍ୟାସକୁ ଫେରୁଥିବା ଦେଖାଯାଉଛି । ତେବେ ଇଟାଲିରେ କ୍ରୀଡା ଇଭେଣ୍ଟ ଫେରିବା ନେଇ ସବୁଜ ସଙ୍କେତ ଦେଇଛନ୍ତି କ୍ରୀଡାମନ୍ତ୍ରୀ ଭିନସେଞ୍ଜୋ ସ୍ପାଦାଫୋରା ।
କୋରୋନା ଭାଇରସ: କ୍ରୀଡା ଆରମ୍ଭ ନେଇ ଇଟାଲି କ୍ରୀଡାମନ୍ତ୍ରୀଙ୍କ ସଙ୍କେତ
ଭିନସେଞ୍ଜୋ କହିଛନ୍ତି ଇଟାଲି କ୍ରୀଡା ଇଭେଣ୍ଟ ଆରମ୍ଭ ନେଇ ଗୋଟିଏ ପାଦ ଆଗକୁ ବଢାଇସାରିଛି । ଦେଶର ସମସ୍ତ ଜିମ, ସୁଇମିଂସ ପୁଲ, ଡ୍ୟାନ୍ସ ହଲକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଛି ।
ତେବେ ଅଭ୍ୟାସକୁ ଫେରୁଥିବା ଆଥଲେଟଙ୍କୁ ସମସ୍ତ ପ୍ରକାର ଗାଇଡଲାଇନର ପାଳନ କରିବାକୁ ହେବ । ଏଥିସହିତ ଡାକ୍ତରୀ ଓ ସାଇଣ୍ଟିଫିକ ଟିମ ଅଭ୍ୟାସ ସ୍ଥାନ ମାନଙ୍କରେ ତଦାରଖ ପାଇଁ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି ।