ଓଡିଶା

odisha

By

Published : Mar 11, 2021, 9:14 PM IST

ETV Bharat / sports

ସୁଟିଂ ବିଶ୍ବକପ: ପ୍ରଥମ ଦେଶ ଭାବେ ଦିଲ୍ଲୀରେ ପହଞ୍ଚିଲା କ୍ବାତାର

ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଟୁର୍ଣ୍ଣାମେଣ୍ଟରେ ୟୁକେ, ବ୍ରାଜିଲ ସମେତ 40ଟି ଦେଶର ସୁଟର ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ...

ISSF World Cup: Qatar arrives, UK and Brazil to go into hard quarantine on arrival
ସୁଟିଂ ବିଶ୍ବକପ: ପ୍ରଥମ ଦେଶ ଭାବେ ଦିଲ୍ଲୀ ପହଞ୍ଚିଲା କ୍ବାତାର

ନୂଆଦିଲ୍ଲୀ: ସୁଟିଂ ବିଶ୍ବକପ ପାଇଁ ପ୍ରଥମ ଦେଶ ଭାବେ ଗୁରୁବାର ଦିଲ୍ଲୀରେ ପହଞ୍ଚିଛି କ୍ବାତାର । ଅନ୍ୟପଟେ ଶୁକ୍ରବାର ବ୍ରାଜିଲ ଓ ୟୁକେ ଦିଲ୍ଲୀ ପହଞ୍ଚିବ ବୋଲି ଜଣାପଡିଛି । ତେବେ ପହଞ୍ଚିବା ପରେ ସମସ୍ତ ସଦସ୍ୟଙ୍କୁ 7ଦିନ କଠୋର କ୍ବାରେଣ୍ଟିନରେ ରହିବାକୁ ହେବ ।

ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀରେ କ୍ବାତାରର 6ଜଣ ସୁଟର ଓ ସେମାନଙ୍କର ସପୋର୍ଟ ଷ୍ଟାଫ ପହଞ୍ଚିଛନ୍ତି । ଡକ୍ଟର କରଣି ସିଂହ ସୁଟିଂ ରେଞ୍ଜ ନିକଟରେ ଥିବା ରାଡିସନ ହୋଟେଲରେ ଅଂଶଗ୍ରହଣକାରୀ ଖେଳାଳି, କୋଚ ଓ ଅଧିକାରୀ କ୍ବାରେଣ୍ଟିନରେ ରହିବେ । ମାର୍ଚ୍ଚ 18-29 ମଧ୍ୟରେ ସୁଟିଂ ବିଶ୍ବକପ ଖେଳାଯିବ ।

ଅନ୍ତର୍ଜାତୀୟ ସୁଟିଂ ସ୍ପୋର୍ଟ ଫେଡେରେସନ(ISSF) ଟୁର୍ଣ୍ଣାମେଣ୍ଟରେ ୟୁକେ, ବ୍ରାଜିଲ ସମେତ 40ଟି ଦେଶର ସୁଟର ଅଂଶଗ୍ରହଣ କରିବେ । ଆୟୋଜକ ଭାରତ 57ଜଣିଆ ଶକ୍ତିଶାଳୀ ସ୍କ୍ବାଡ ପ୍ରସ୍ତୁତ କରିଛି । ନ୍ୟାସନାଲ ରାଇଫଲ୍‌ ଆସୋସିଏସନ ଅଫ ଇଣ୍ଡିଆ ଏହି ନାମ ଚୟନ କରିଛି ।

ଏହି ଟିମରେ ଅଞ୍ଜୁମ ମୌଦଗିଲ, ଦିବ୍ୟାଂଶ ସିଂହ ପାନୱାର, ମନୁ ଭାକର ଓ ସୌରଭ ଚୌଧୁରୀଙ୍କ ସମେତ 15 ଟୋକିଓ ଅଲମ୍ପିକ ଅଂଶଗ୍ରହଣକାରୀ ରହିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ବିଜେତା ଆନିଶ ଭାନୱାଲା ରାପିଡ ପିସ୍ତଲ ଟିମରେ ରହିଛନ୍ତି । ରାଇଫଲ, ସଟଗନ୍‌, ପିସ୍ତଲ ସମେତ 30 ପୃଥକ ଇଭେଣ୍ଟ ରହିଛି ।

40ରୁ ଅଧିକ ଦେଶ ଏଯାବତ ଅଂଶଗ୍ରହଣ ନେଇ ସ୍ପଷ୍ଟ କରିଛନ୍ତି । ଏହି ତାଲିକାରେ ଦକ୍ଷିଣ କୋରିଆ, ସିଙ୍ଗାପୁର, ୟୁଏସଏ, ୟୁନାଇଟେଡ କିଙ୍ଗଡମ, ଇରାନ, ଉକ୍ରେନ, ଫ୍ରାନ୍ସ, ହଙ୍ଗେରୀ, ଇଟାଲି, ଥାଇଲାଣ୍ଡ ଓ ତୁର୍କୀ ରହିଛନ୍ତି ।

ତେବେ ଚାଇନା, ଜାପାନ, ଜର୍ମାନୀ, ଋଷିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କୁୱେତ ଓ ମାଲେସିୟା ଭଳି ଦେଶ ସେମାନଙ୍କର ଟିମ୍‌ ପଠାଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details