ଓଡିଶା

odisha

By

Published : Mar 14, 2021, 5:59 PM IST

ETV Bharat / sports

ବିନା ଦର୍ଶକରେ ସୁଟିଂ ବିଶ୍ବକପ

ମାର୍ଚ୍ଚ 18ରୁ 29 ପର୍ଯ୍ୟନ୍ତ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଅନୁଷ୍ଠିତ ହେବ ISSF ସୁଟିଂ ବିଶ୍ବକପରେ ଦର୍ଶକଙ୍କୁ ବାରଣ । ଅଧିକ ପଢନ୍ତୁ...

ISSF Shooting World Cup to be held without spectators
ବିନା ଦର୍ଶକରେ ସୁଟିଂ ବିଶ୍ବକପ

ନୂଆଦିଲ୍ଲୀ: ଆଗାମୀ ISSF ସୁଟିଂ ବିଶ୍ବକପରେ ଦର୍ଶକଙ୍କୁ ମିଳିବନି ଅନୁମତି । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ରାଇଫଲ ଆସୋସିଏସନ(NRAI) ସମ୍ପାଦକ ରାଜୀବ ଭାଟିଆ ।

"ISSF ଗାଇଡଲାଇନ ଅନୁଯାୟୀ ଚଳିତ ଥର ବିଶ୍ବକପରେ ଦର୍ଶକଙ୍କୁ ଅନୁମତି ମିଳିବନାହିଁ । ISSFର ସମସ୍ତ ନିର୍ଦ୍ଦେଶ ଓ ନିୟମକୁ ପାଳନ କରିବାକୁ ହେବ । ସେଥିପାଇଁ ଦର୍ଶକଙ୍କୁ ବାରଣ ନିଷ୍ପତ୍ତି ହୋଇଛି ।" ଏହା କହିଛନ୍ତି ଭାଟିଆ ।

ଗତ ମାସରେ NRAI, 57 ଜଣିଆ ଭାରତୀୟ ଦଳ ମିଳିତ ISSF ବିଶ୍ବକପ ରାଇଫଲ /ପିସ୍ତଲ/ସଟଗନ୍‌ ପାଇଁ ଘୋଷଣା କରିଛି । ମାର୍ଚ୍ଚ 18ରୁ 29 ପର୍ଯ୍ୟନ୍ତ

ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଅନୁଷ୍ଠିତ ହେବାନେଇ ସୂଚୀ ରହିଛି ।

ଏହି ବିଶ୍ବକପରେ କୋରିଆ, ସିଙ୍ଗାପୁର, ୟୁଏସଏ, ୟୁନାଇଟେଡ କିଙ୍ଗଡମ, ଇରାନ, ଉକ୍ରେନ, ଫ୍ରାନ୍ସ, ହଙ୍ଗେରୀ, ଇଟାଲି, ଥାଇଲାଣ୍ଡ ଓ ତୁର୍କୀ ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details