ଓଡିଶା

odisha

ETV Bharat / sports

ISSF Junior World C'ship: ୨୫ ମିଟର ମହିଳା ପିସ୍ତଲରେ ଭାରତକୁ ସ୍ବର୍ଣ୍ଣ - ମନୁ ଭାକର, ରିଥମ୍ ସାଙ୍ଗୱାନ୍ ଏବଂ ନାମ୍ୟା କପୁର

ପେରୁର ଲିମାରେ ଚାଲିଥିଲା ଜୁନିୟର ବିଶ୍ବ ଚମ୍ପିୟାନସିପ ଭାରତୀୟ ମହିଳା ୨୫ମିଟର ପିସ୍ତଲ ଟିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମନୁ ଭାକର, ରିଥମ୍ ସାଙ୍ଗୱାନ୍ ଏବଂ ନାମ୍ୟା କପୁର ଆମେରିକାର ଆବି ରସେଲ ଲେଭେରେଟ୍, କ୍ୟାଟେଲିନ୍ ମୋର୍ଗାନ୍ ଆବେଲନ୍ ଏବଂ ଅଦା କ୍ଲାଉଡିଆ କର୍କିନଙ୍କୁ 16-4ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି । ଅଧିକ ପଢନ୍ତୁ...

୨୫ମିଟର ମହିଳା ପିସ୍ତଲରେ ଭାରତକୁ୍ ସ୍ବର୍ଣ୍ଣ
୨୫ମିଟର ମହିଳା ପିସ୍ତଲରେ ଭାରତକୁ୍ ସ୍ବର୍ଣ୍ଣ

By

Published : Oct 7, 2021, 11:06 AM IST

ଲିମା: ISSF ଜୁନିୟର ବିଶ୍ବ ଚମ୍ପିୟାନସିପରେ ଭାରତୀଙ୍କ ଦମଦାର ପ୍ରଦର୍ଶନ । ପେରୁର ଲିମାରେ ଚାଲିଥିଲା ଜୁନିୟର ବିଶ୍ବ ଚମ୍ପିୟାନସିପ ଭାରତୀୟ ମହିଳା ୨୫ମିଟର ପିସ୍ତଲ ଟିମ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମନୁ ଭାକର, ରିଥମ୍ ସାଙ୍ଗୱାନ୍ ଏବଂ ନାମ୍ୟା କପୁର ଆମେରିକାର ଆବି ରସେଲ ଲେଭେରେଟ୍, କ୍ୟାଟେଲିନ୍ ମୋର୍ଗାନ୍ ଆବେଲନ୍ ଏବଂ ଅଦା କ୍ଲାଉଡିଆ କର୍କିନଙ୍କୁ 16-4ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି ।

ଏହା ପୂର୍ବରୁ ୧୪ବର୍ଷୀୟ ନାମ୍ୟା କପୁର ଲିମା ଲାସ ପାଲମାସ୍ ଶୁଟିଂ ରେଞ୍ଜରେ ଜୁନିୟର ମହିଳା 25ମି ପିସ୍ତଲ ବିଶ୍ବ ଚାମ୍ପିଆନ୍ ହେବା ପାଇଁ ବ୍ରୋଞ୍ଜ ଜିତିଥିବା ମନୁ ଭକରଙ୍କ ସମେତ ଚମତ୍କାର ପ୍ରଦର୍ଶନ କରିଥିଲେ । ସେହିପରି ଆଦର୍ଶ ସିଂ ମଧ୍ୟ ୨୫ମିଟର ପୁରୁଷ ରାପିଡ ଫାୟାର ପିସ୍ତଲରେ ରୌପ୍ୟ ଜିତିଛନ୍ତି ।

ଅଲମ୍ପିୟାନ ଯୁବ ସୁଟର ଐଶର୍ଯ୍ୟ ପ୍ରତାପ ସିଂହ ତୋମାର ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନ ଇଭେଣ୍ଟରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସେ ୧୧୮୫ ପଏଣ୍ଟ ସ୍କୋର ସହ ଜୁନିଅର ବିଶ୍ବ ରେକର୍ଡର ସମକକ୍ଷ ହୋଇଥିଲେ । ଚାଲିଥିବା ଚମ୍ପିୟାନସିପରେ ଭାରତ ସମୁଦାୟ ୧୯ଟି ପଦକ ହାସଲ କରିଛି ।

@ANI

ABOUT THE AUTHOR

...view details