ମୁମ୍ବାଇ: IPL ଗଭର୍ଣ୍ଣିଂ କାଉନ୍ସିଲ୍ରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଟାଟା ଆଇପିଏଲ ୨୦୨୨ । ମୋଟ ୪ଟି ଭେନ୍ୟୁକୁ ନେଇ ଆଇପିଏଲ ୨୦୨୨ ଆୟୋଜନ ହେବ । ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ ଖେଳାଯିବ ।
ନୂଆ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ମୋଟ ୧୦ଟି ଦଳ ଆଇପିଏଲ୍ରେ ଭାଗ ନେବେ । ଚଳିତ ଥର ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ କରାଯାଇଛି । ପ୍ରତ୍ୟେକ ଗ୍ରୁପରେ ୫ଟି ଲେଖାଏଁ ଟିମ୍ ରହିଛନ୍ତି । ପ୍ରତ୍ୟେକ ଟିମ୍ ନିଜ ଗ୍ରୁପ ଟିମ୍ ସହ ଦୁଇଟି ମ୍ୟାଚ ଖେଳିବେ । ତା ସହିତ ଅନ୍ୟ ଗ୍ରୁପର ଟିମ୍ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ।