ଓଡିଶା

odisha

ETV Bharat / sports

'ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀଙ୍କୁ ପଠାଇବୁ'

ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀ ସହାୟତା କରିବାକୁ ପ୍ରସ୍ତୁତ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାପାନ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି । ଅଧିକ ପଢ଼ନ୍ତୁ...

'ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀଙ୍କୁ ପଠାଇବୁ'
'ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀଙ୍କୁ ପଠାଇବୁ'

By

Published : May 19, 2021, 6:56 PM IST

ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସ ବେଳେ ମେଡିକାଲ କର୍ମଚାରୀ ସହାୟତା କରିବାକୁ ପ୍ରସ୍ତୁତ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାପାନ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛି ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି । ଅଲମ୍ପିକ୍ସ ଭିଲେଜ ସହ ଯେଉଁ ସବୁ ସ୍ଥାନରେ କ୍ରୀଡ଼ା ଆୟୋଜନ ହେବାକୁ ଅଛି ସେହି ସବୁ ସ୍ଥାନରେ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟିର ବିଶେଷ ମେଡିକାଲ ଦଳ ତଦାରଖ କରିବ ।

ଏହାକୁ ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଓ ଟୋକିଓ ଅଲମ୍ପିକ୍ସ ଆୟୋଜକ ମଧ୍ୟରେ ଆଲୋଚନା ହୋଇଛି । ବର୍ତ୍ତମାନ ଜାପାନରେ କୋରୋନା ମହାମାରୀ ଉପରମୁହାଁ ରହିଥିବାରୁ ଡାକ୍ତର ଓ ନର୍ସ ଟୋକିଓ ଅଲମ୍ପିକ୍ସ ଆୟୋଜନକୁ ବିରୋଧ କରିଛନ୍ତି । ଅଲମ୍ପିକ ଗେମ୍ସରେ କୌଣସି କ୍ରୀଡ଼ାବିତ କୋରୋନା ସଂକ୍ରମିତ ହେଲେ ସେମାନଙ୍କ ପାଇଁ ଶଯ୍ୟା ନଥିବା କଥା କହିଛନ୍ତି ଟୋକିଓ ଗଭର୍ଣ୍ଣର । ଏଥିପାଇଁ ଟୋକିଓ ଅଲମ୍ପିକ୍ସକୁ ବାତିଲ କରିବାକୁ ମଧ୍ୟ ଦାବି ଜୋର ଧରିଛି ।

ଜୁଲାଇ 23 ତାରିଖରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି । ସେପଟେ ଜାପାନରେ ଲୋକଙ୍କୁ ଯଥାଶୀଘ୍ର ଟିକା ଦେବା ସକ୍ଷମ ହୋଇ ପାରୁନାହିଁ । ବର୍ତ୍ତମାନ ସୁଦ୍ଧା କେବଳ 1.6 ପ୍ରତିଶତ ଲୋକଙ୍କୁ କୋରୋନା ଟିକା ଯାଇ ପାରିଛି । ଏଭଳି ସ୍ଥିତିରେ ଅଲମ୍ପିଆନଙ୍କ ପାଇଁ ସ୍ବତନ୍ତ୍ର ମେଡିକାଲ ଦଳ ବ୍ୟବସ୍ଥା କରିବାକୁ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ପ୍ରସ୍ତାବ ଦେଇଛି । ଏହାକୁ ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟିର ଅଧ୍ୟକ୍ଷ ଥୋମାଶ ବାସ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details