ଓଡିଶା

odisha

ETV Bharat / sports

ବନ୍ଦ ଦ୍ବାର ପଛରେ ନୁହେଁ, ଦର୍ଶକଙ୍କୁ ନେଇ ହେବ ଟୋକିଓ ଅଲମ୍ପିକ ! - ଅନ୍ତର୍ଜାତୀୟ ଅଲିମ୍ପିକ କମିଟି

ଟୋକିଓ ଅଲମ୍ପିକ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକଙ୍କ ମତ । ଫ୍ୟାନ୍ସଙ୍କୁ ନେଇ କରିବାକୁ ଚାହୁଁଛୁ ଅଲମ୍ପିକ । ଅଧିକ ପଢ଼ନ୍ତୁ...

IOC chief, reiterated their desire to hold Tokyo Olympics with spectators, olympic not behind closed doors, ବନ୍ଦ ଦ୍ବାର ପଛରେ ହେବନି ଅଲମ୍ପିକ, ଦର୍ଶକଙ୍କୁ ନେଇ ହେବ ଟୋକିଓ ଅଲମ୍ପିକ, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି, ଆଇଓସି ଅଧ୍ୟକ୍ଷ ଥୋମାସ ବାକ
ବନ୍ଦ ଦ୍ବାର ପଛରେ ନୁହେଁ ଦର୍ଶକଙ୍କୁ ନେଇ ହେବ ଟୋକିଓ ଅଲମ୍ପିକ !

By

Published : Jul 16, 2020, 6:31 PM IST

ଜେନେଭା: ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍‌ ଗୁରୁବାର ଟୋକିଓ ଅଲିମ୍ପିକ୍ସକୁ ବନ୍ଦ ଦ୍ବାର ପଛରେ ନୁହେଁ ବରଂ ଷ୍ଟାଣ୍ଡରେ ଦର୍ଶକଙ୍କ ସହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ପ୍ରାରମ୍ଭରେ ଚଳିତ ବର୍ଷ ଜୁଲାଇରେ ଏହି ମଲ୍ଟି-ନ୍ୟାସନାଲ ଇଭେଣ୍ଟ ଆୟୋଜିତ ହେବାକୁ ସ୍ଥିର ହୋଇଥିଲା କିନ୍ତୁ କୋଭିଡ଼-19 ମହାମାରୀ ହେତୁ ଏହା ବର୍ତ୍ତମାନ 2021 ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ବନ୍ଦ ଦ୍ବାର ପଛରେ ମ୍ୟାଚ୍ ଆୟୋଜିତ ହେଉଥିବାରୁ ସାରା ବିଶ୍ବରେ ବୃତ୍ତିଗତ କ୍ରୀଡା ସେମାନଙ୍କ ସ୍ଥାନକୁ ଫେରି ଆସୁଛି । ତେବେ ବାକ୍‌ ଆସନ୍ତା ବର୍ଷ ଅଲିମ୍ପିକ୍ସ ସହିତ ସମାନ କରିବାର କଳ୍ପନାକୁ ଏଡ଼ାଇ ଦେଇଛନ୍ତି।

ବାକ୍‌ ଭିଡିଓ କନଫରେନ୍ସ ଜରିଆରେ ସାମ୍ବାଦିକମାନଙ୍କୁ କହିଛନ୍ତି, “(ଆମର ଯୋଜନା) ସମସ୍ତ ଭିନ୍ନ ପ୍ରତିକ୍ରିୟାକୁ ଅନ୍ତର୍ଭୁକ୍ତ କରେ, କିନ୍ତୁ ନା, ବନ୍ଦ ଦ୍ବାର ପଛରେ ଏକ ଅଲିମ୍ପିକ ଗେମ୍ସ ନିଶ୍ଚିତ ଭାବରେ ଆମେ ଚାହୁଁନାହୁଁ।’’

‘‘ତେଣୁ ଆମେ ଏକ ସମାଧାନ ଦିଗରେ କାର୍ଯ୍ୟ କରୁଛୁ ଯାହା ଗୋଟିଏ ପଟେ ସମସ୍ତ ଅଂଶଗ୍ରହଣକାରୀଙ୍କ ସ୍ବାସ୍ଥ୍ୟ ରକ୍ଷା କରୁଛି ଏବଂ ଅନ୍ୟ ପଟେ ଅଲିମ୍ପିକର ମନୋଭାବକୁ ମଧ୍ୟ ପ୍ରତିଫଳିତ କରୁଛି,’’ ବୋଲି ସେ କହିଛନ୍ତି।

ବାକ୍‌ ଏହା ପୂର୍ବରୁ କହିଥିଲେ ଯେ ଯଦି ଆସନ୍ତା ବର୍ଷ ଅନୁଷ୍ଠିତ ହୋଇପାରିବ ନାହିଁ ତେବେ ଟୋକିଓ ଗେମ୍ସକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଡିବ। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଥମେ ଏହିପରି ଚିନ୍ତା ପ୍ରକଟ କରିଥିଲେ ଏବଂ ବାକ ମଧ୍ୟ ଏହାକୁ ଗ୍ରହଣ କରିଥିଲେ।

ବ୍ୟାକ ବିବିସି ସ୍ପୋର୍ଟକୁ କହିଛନ୍ତି ଯେ, ‘‘ଆପଣ ଏକ ସଂଗଠିତ କମିଟିରେ 3000 ରୁ 5000 ଲୋକଙ୍କୁ ସବୁଦିନ ପାଇଁ ନିଯୁକ୍ତି କରିପାରିବେ ନାହିଁ। ଆପଣ ଆଥଲେଟମାନଙ୍କୁ ଅନିଶ୍ଚିତତା ମଧ୍ୟରେ ରଖିପାରିବେ ନାହିଁ ବୋଲି ସେ କହିଛନ୍ତି।’’

‘‘ଏଥିପାଇଁ କୌଣସି ବ୍ଲୁପ୍ରିଣ୍ଟ ନାହିଁ ତେଣୁ ଆମକୁ ଦିନକୁ ଦିନ ଚକ୍ରକୁ ପୁନଃ ଉଦ୍ଭାବନ କରିବାକୁ ପଡିବ। ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଏବଂ ଆକର୍ଷଣୀୟ ମଧ୍ୟ ।’’

@IANS

ABOUT THE AUTHOR

...view details