ନୂଆଦିଲ୍ଲୀ:ଋଷରେ ସମସ୍ତ କ୍ରୀଡ଼ା ଇଭେଣ୍ଟକୁ ବାତିଲ କରିବାକୁ ଅପିଲ କଲା ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି । ଋଷରେ ଆୟୋଜନ ହେବାକୁ ଥିବା ସମସ୍ତ ଇଭେଣ୍ଟକୁ ଅନ୍ୟ ସ୍ଥାନରେ ଆୟୋଜନ କରିବାକୁ ଅପିଲ କରାଯାଇଛି । ଋଷ ଓ ବେଲାରୁଷରେ କୌଣସି ଇଭେଣ୍ଟ ଆୟୋଜନ ନକରିବାକୁ ଅପିଲ୍ କରାଯାଇଛି । ଋଷ ଓ ବେଲାରୁଷରେ ଅଲମ୍ପିକ କମିଟି ଚୁକ୍ତିର ଉଲ୍ଲଂଘନ କରିଛି ।
ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି ଆଗକୁ ଋଷରେ କୌଣସି ଇଭେଣ୍ଟ ଆୟୋଜନର ଯୋଜନା ନାହିଁ । ଏହି କ୍ରମରେ ସମସ୍ତ ଅନ୍ତର୍ଜାତୀୟ କ୍ରୀଡ଼ା ସଂଗଠନକୁ ଋଷରେ କୌଣସି ଇଭେଣ୍ଟ ଆୟୋଜନ ନକରିବାକୁ ଅପିଲ କରାଯାଇଛି । ସେପଟେ WADA (World Anti-Doping Agency ) ଆଗାମୀ ଦିନରେ କୌଣସି କ୍ରୀଡ଼ା ଇଭେଣ୍ଟରେ ଋଷିଆ ଓ ବେଲାରୁଷର ଜାତୀୟ ପତାକା ପ୍ରଦର୍ଶିତ ହେବ ନାହିଁ ସ୍ପଷ୍ଟ କରିଛି । ଖାଲି ସେତିକି ନୁହେଁ କୌଣସି ମଧ୍ୟ ଇଭେଣ୍ଟରେ ଏହି ଦୁଇ ଦେଶର ଜାତୀୟ ସଙ୍ଗୀତ ଗାନ କରାଯିବ ନାହିଁ ।